Below header

କାଲିଠୁ ରାଜ୍ୟରେ ୩ ଦିନ ଯାଏ ବର୍ଷା ସମ୍ଭାବନା ! ୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନ ଖରା ପାଗ ପରେ କାଲିଠୁ ପୁଣି ରାଜ୍ୟରେ ବର୍ଷା ହେବ । ୨୧ ତାରିଖରୁ ୩ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ପାଇଁ ୨୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ରାଜଧାନୀରେ ଆଜି ପହାନ୍ତିଆରୁ ବର୍ଷା ଜାରି ରହିଛି । ରାଜ୍ୟରେ ପ୍ରଥମ ଜୁନରୁ ଏଯାଏ ସ୍ୱାଭାବିକଠୁ ୬ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏହି ସମୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବୃଷ୍ଟିପାତ, ୬ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ଜଣାପଢିଛି । ୨୨ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଥିବା ବେଳେ ଗୋଟିଏ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.