୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ: ବର୍ଷକରେ ଦେଢ଼ ଲକ୍ଷରୁ ଅଧିକ ଅପରାଧିକ ମାମଲା

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୧ରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା । ଗତବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖା ଯାଇନଥିଲା । ୨୦୨୧ରେ ରାଜ୍ୟରେ ମାଓ ହିଂସା କମିଛି। ଗତବର୍ଷ କୋଭିଡ ମୁକାବିଲା ପାଇଁ ବ୍ୟାପକ ଟିକାକରଣ ବ୍ୟବସ୍ଥା, ନୂତନ କୋଭିଡ ଚିକିତ୍ସାଳୟ ର୍ନିମାଣ,ଏବଂ ଅମ୍ଳଜାନ ପ୍ରସ୍ତୁତି କ୍ଷେତ୍ରରେ ରାଜ୍ୟ ସରକାର ଅଗ୍ରଣୀ ଭୂମିକା ନିଭାଇଛନ୍ତି।

ସେହିପରି ରାଜ୍ୟ ସରକାର ଅନ୍ୟ ରାଜ୍ୟକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଛନ୍ତି। ୨୦୨୧ରେ ରାଜ୍ୟରେ ରୁଜୁ ହୋଇଥିବା ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ୧ହଜାର ୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨ହଜାର ୯୨୬ଟି ଲୁଣ୍ଠନ, ୫ହଜାର ୧୩୩ଟି ସିନ୍ଧିଚୋରୀ, ୧୩ ହଜାର ୨୪ଟି ଚୋରି, ୫ହଜାର ୧୩୮ଟି ପ୍ରତାରଣା, ୨ହଜାର ୨୨୦ଟି ଦଙ୍ଗା, ୩ ହଜାର ୩୨୭ଟି ଧର୍ଷଣ, ୧୦ ହଜାର ୯୮୩ଟି ମୋଟରଯାନ ଦୁର୍ଘଟଣା ଓ ୧ଲକ୍ଷ ୧୦ହଜାର ୮୨୩ଟି ବିବିଧା ମାମଲା ଅନ୍ତର୍ଭୁକ୍ତ ରହିଛି। ତେବେ ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ ଲକ୍ଷ ୪୯ହଜାର ୨୩୨ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ୨୦୨୧ ମସିହାରେ ପଞ୍ଜିକରଣ ହୋଇଥିବା ୧୩୯୪ଟି ହତ୍ୟା ଘଟଣା ମଧ୍ୟରୁ ୧୩୨୩ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ସେଥିମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୬୫୮ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି।

Leave A Reply

Your email address will not be published.