ନୂଆଖାଇଁ ଅବସରରେ ବରଗଡରୁ ଆସିଲା ଦୁଃଖଦ ଖବର: ବିଷ ପିଇ ଗୋଟିଏ ପରିବାରର ୩ମୃତ

ବରଗଡ଼: ପଶ୍ଚିମ ଓଡ଼ିଶାରେ ନୂଆଖାଇଁ ପାଇଁ ଖୁସିର ମାହୋଲ। ଏହାରି ଭିତରେ ବରଗଡ଼ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଷ ପିଇ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ଯୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ବିଜେପୁର ଥାନା ବେନିଆଚାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକ ୩ଜଣ ହେଉଛନ୍ତି ରଥ ମହାନନ୍ଦ, ତାଙ୍କ ସ୍ତ୍ରୀ ଓ ୧୨ ବର୍ଷର ଝିଅ । ଘରୋଇ କଳହରୁ ୩ଜଣ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି। ବିଜେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.