ପୁରୀ: ଶ୍ରୀ ମନ୍ଦିରରେ ଆଜି ଋଷି ପଞ୍ଚମୀ। ଶ୍ରୀକୃଷ୍ଣ ଲୀଳା ଅବସରରେ ଦାହ ଳୀଳା ଅନୁଷ୍ଠିତ ହେବ। ଶ୍ରୀ ମନ୍ଦିରରେ ଆଜି ସକାଳ ଧୂପ ନିତୀ ଶେଷ ହେବା ପରେ ବିଶେଷ ନୀତି ହେବ। ପାଲିଙ୍କିରେ ବିଜେ ହୋଇ ମା ମହାଲକ୍ଷ୍ମୀ ମାର୍କଣ୍ଡେୟ ମନ୍ଦିରକୁ ଯିବେ।
ସେଠାରେ ମାଙ୍କ ମାଜଣା ଓ ବନକଲାଗି ନୀତି କରାଯିବ । ଏହା ପରେ ପାଳିଆ ପଣ୍ଡା ଋଷି ପଞ୍ଚମୀ କଥା ବାଖ୍ୟା କରିବେ। ସପ୍ତଋଷିଙ୍କୁ ଫଳ ଓ ଶୀତଳ ଭୋଗ ଅର୍ପଣ କରାଯିବ। ପରେ ମାଆ ମହାଲକ୍ଷ୍ମୀ ଶ୍ରୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ପୁରୀବାସୀ ଏହି ଦିନ ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି।