Below header

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ପ୍ରଥମ ଥର ପାଇଁ ବହୁ କଟକଣାରେ ହେଉଛି ପାଳିତ

କେନ୍ଯୁଜ୍: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପ୍ରଥମ ଥର ପାଇଁ ବହୁ କଟକଣାରେ ପାଳିତ ହେବାକୁ ଯାଉଛି ନୂଆଖାଇ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେବ ପର୍ବ।

ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଆଜି ସକାଳ ୯ଟା ୩୫ରୁ ୯ଟା ୫୦ ମଧ୍ୟରେ ଲାଗିହେବ ନବାନ୍ନ । ମା’ଙ୍କ ଠାରେ ନବାନ୍ନ ଲାଗିହେବା ପରେ ଯାଇ ସମସ୍ତେ ନବାନ୍ନ ଗ୍ରହଣ କରିବେ। କରୋନା ଯୋଗୁଁ କେହି କାହା ଘରକୁ ଆସିପାରିବେ ନାହିଁ କି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.