Below header

ତାଳଚେର ରେଙ୍ଗାଳି ଡ୍ୟାମ୍‌ରୁ ଚଳିତ ବର୍ଷର ବନ୍ୟା ଜଳ ନିଷ୍କାସନ, ତଳ ଭାଗରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ତାଳଚେର : ତାଳଚେର ରେଙ୍ଗାଳି ଡ୍ୟାମ୍‌ରୁ ଚଳିତ ବର୍ଷର ବନ୍ୟା ଜଳ ନିଷ୍କାସନ କରାଯାଇଛି । ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୧୨୫.୪୦ ମିଟର । ବର୍ତ୍ତମାନ ରେଙ୍ଗାଳି ଜଳଭଣ୍ଡାର ଜଳସ୍ତର ୧୨୧.୩୯ ମିଟର ରହିଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩୪୧୨ ଘନ ମିଟର ଜଳ ପ୍ରବେଶ କରୁଛି । ପାୱାର ହାଉସ ଦ୍ୱାରା ପ୍ରତି ସେକେଣ୍ଡକୁ ୬୭୭ ଘନ ମିଟର ଜଳ ନିଷ୍କାସିତ ହେଉଛି । ରେଙ୍ଗାଳିର ତଳ ଭାଗରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.