Below header

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ । ଅଭିଯୁକ୍ତ ଜଣଙ୍କ ହେଲା ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକ୍‌ । ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପ୍ରମୋଦକୁ ଗିରଫ କରିଥିଲା ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ପୋଲିସ୍‌ । ତେବେ ଚାଲାଖର ସହ ଗୁରୁବାର ବିଳମ୍ବିତ ରାତିରେ ଶୌଚାଳୟ ଝରକା କାଚ ଭାଙ୍ଗି ଅଭିଯୁକ୍ତ ଜଣଙ୍କ ଫେରାର ହୋଇଥିବା ଜଣାପଡିଛି ।

ସେପଟେ ଯୋରଦାର ଚାଲିଛି ତନାଘନା। ଅଭିଯୁକ୍ତକୁ ଧରିବାକୁ ରାମଗିରି, ମୋହନା, ଓ ଆର ଉଦୟଗିରି ଥାନା ଅଧିକାରୀଙ୍କ ନେତୃତ୍ୱରେ ୩ଜଣିଆ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ତେବେ ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ ହେବା ଘଟଣା ହେବେ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.