Below header

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ । ମୟୂରଭଞ୍ଜ ବଡ଼ସାହି ଥାନା କଡୁଆଳବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଜଣେ ଦଲକିଶୋଲ ଅଞ୍ଚଳର ବୋଲି ଜଣାପଡିଛି।

ମୟୂରଭଞ୍ଜ (କେନ୍ୟୁଜ): ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା, ୩ ମୃତ । ମୟୂରଭଞ୍ଜ ବଡ଼ସାହି ଥାନା କଡୁଆଳବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଜଣେ ଦଲକିଶୋଲ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଉଦଳା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ସ୍କୁଟିରେ ଜଣେ ଯୁବକ ଯାଉଥିଲେ । ବାଇଗଣବାଡିଆ ଛକ ନିକଟରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ୍‌ରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ବଡ଼ସାହି ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.