ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଆକ୍ରମଣ

ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଆକ୍ରମଣ । ଖାଲି ଆକ୍ରମଣ ନୁହେଁ ଗାଡ଼ି ଏବଂ କମ୍ପ୍ୟୁଟର ଭଙ୍ଗାରୁଜା ଚୁରମାର୍ କରିଦେଇଥିବା ନେଇ ଅଭିଯୋଗ ହୋଇଛି ।

ଆନନ୍ଦପୁର(କେନ୍ୟୁଜ): ନିଶାଶକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କୁ ଆକ୍ରମଣ । ଖାଲି ଆକ୍ରମଣ ନୁହେଁ ଗାଡ଼ି ଏବଂ କମ୍ପ୍ୟୁଟର ଭଙ୍ଗାରୁଜା ଚୁରମାର୍ କରିଦେଇଥିବା ନେଇ ଅଭିଯୋଗ ହୋଇଛି । ଗତକାଲି ରାତିରେ ଶାଳପଡାସ୍ଥିତ ଆନନ୍ଦପୁର ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ବାରିଗାଁର କ୍ଷେତ୍ରବାସୀ ପାଢ଼ୀ ନାମକ ଯୁବକ ପଶି ପୂର୍ବରୁ ଏକ ଠିକା କାମର ବକେୟା ବିଲ ମାଗିଥିଲେ ।

ପରେ ଉତକ୍ଷିପ୍ତ ହୋଇ କାର୍ଯ୍ୟାଳୟ ପରିସରରେ ଥିବା କର୍ମଚାରୀଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏମିତିରେ ଶାନ୍ତ ହୋଇନଥିଲା ରାଗ ପରେ କାର୍ଯ୍ୟାଳୟ ଭିତରେ ପଶି ବିଭୁ ରଞ୍ଜନ ଦାସ ନାମକ ଜଣେ ପିଅନଙ୍କୁ ଆକ୍ରମଣ କରିବା ସହ କମ୍ପ୍ୟୁଟର ଭାଙ୍ଗିଦେଇଥିଲେ ।

ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଂଚି ସଂପୃକ୍ତ ଯୁବକଙ୍କୁ କାବୁ କରିଥିବା ଜଣାପଡିଛି । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଘସିପୁରା ଥାନାରେ ଲିଖିତ ଅଭିଯୋଗ ହୋଇଥିବା କହିଛନ୍ତି ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଲକ୍ଷ୍ମଣ ମାର୍ଣ୍ଡି ।

ତେବେ ଯୁବକ ଜଣଙ୍କ ଏଭଳି ଭାବେ ନିଶା ଶକ୍ତ ଅବସ୍ଥାରେ ଏକ ସରକାରୀ କାର୍ଯ୍ୟାଳୟରେ ପଶି କମ୍ପ୍ୟୁଟର ଭାଙ୍ଗିବା ସହି ଆକ୍ରମଣ କରିବା ଘଟଣାକୁ ସାଧାରଣରେ ସଭିଏଁ ନିନ୍ଦା କରିଛନ୍ତି । ତେବେ ଏଦିଗରେ ପୋଲିସ୍ ଯୁବକ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.