Below header

ଏକ ତରଫା ପ୍ରେମ ନେଲା ଜୀବନ, ପେଟରେ ଛୁରୀ ଭୁସି ମହିଳାଙ୍କୁ ହତ୍ୟା କଲା ଯୁବକ

ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ । ପେଟରେ ଛୁରୀ ଭୁସି ମହିଳାଙ୍କୁ ହତ୍ୟା । କ୍ୟାପିଟାଲ ଥାନା ବାପୁଜୀ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳାଙ୍କୁ ଆକ୍ରମଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ୍ ।

ଭୁବନେଶ୍ୱର (କେନ୍ୟୁଜ): ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ । ପେଟରେ ଛୁରୀ ଭୁସି ମହିଳାଙ୍କୁ ହତ୍ୟା । କ୍ୟାପିଟାଲ ଥାନା ବାପୁଜୀ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳାଙ୍କୁ ଆକ୍ରମଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ୍ ।

ମୃତକ ଗତକାଲି ରାତିରେ ଦୋକାନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କୁ ଅଟକାଇ ଯୁକ୍ତିତର୍କ କରିଥିଲେ । ପରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ମହିଳାଙ୍କୁ ଛୁରୀ ଭୂଷି ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ପରେ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.