ରିଲିଜ୍‌ ହେଲା ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ ର ସେକେଣ୍ଡ ଗୀତ, ଭିଡିଓ ଦେଖି ଦର୍ଶକ ମାନେ ପକାଇଲେ ‘ନାଟୁ ନାଟୁ’ ସଙ୍ଗ୍‌

ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ଦ୍ୱିତୀୟ ଗୀତ ‘ମସ୍ତ ମଲଙ୍ଗ ଝୁମ୍ ’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟ କୁମାର ଓ ଆକ୍ସନ୍ ସୁପରଷ୍ଟାର ଟାଇଗର ଶ୍ରଫ୍ ଧାସୁ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ।

ଅକ୍ଷୟ ଓ ଟାଇଗରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବଡେ ମିୟା ଛୋଟେ ମିୟା’ର ଦ୍ୱିତୀୟ ଗୀତ ‘ମସ୍ତ ମଲଙ୍ଗ ଝୁମ୍ ’ ରିଲିଜ୍ ହୋଇଛି । ଏହି ଗୀତରେ ଅକ୍ଷୟ କୁମାର ଓ ଆକ୍ସନ୍ ସୁପରଷ୍ଟାର ଟାଇଗର ଶ୍ରଫ୍ ଧାସୁ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଗୀତଟିରେ ସେମାନଙ୍କ ଡ୍ୟାନ୍ସ ଦେଖିଲେ ଆପଣ ମଧ୍ୟ ଝୁମି ଯିବେ । ତେବେ ଏହି ଗୀତଟିକୁ ଦେଖିଲେ ଫିଲ୍ମ ‘ଆରଆରଆର’ ର ଗୀତ ‘ନାଟୁ ନାଟୁ’ ମନେ ପଡିଯିବ ।

ଏହି ଗୀତଟି ‘ବଡେ ମିୟା ଛୋଟେ ମିୟା’ର ସାଉଣ୍ଡଟ୍ରାକ୍ ସହିତ ଆଉ ଏକ ଫୁଟ୍ ଟ୍ୟାପ୍ ର ଏଡିସନ୍‌ ଏବଂ ବଲିଉଡର ଦୁଇ ଷ୍ଟାରଙ୍କ ମଧ୍ୟରେ ଏନର୍ଜି ଏବଂ କେମେଷ୍ଟ୍ରି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ତେବେ ଯେତେବେଳେ ଟାଇଗର ଶ୍ରଫଙ୍କ ଟାଇଗର ଇଫେକ୍ଟ ଏହି ଗୀତକୁ ଏକ ଭିନ୍ନ ଲେବଲକୁ ନେଉଥିବାବେଳେ ଅକ୍ଷୟ କୁମାର ମଧ୍ୟ ତାଙ୍କ କୋ-ଷ୍ଟାର ଭାବେ ବହୁତ ଭଲ ତାଳ ଦେଉଥିବାର ନଜର ଆସଛନ୍ତି । ଏହି ଗୀତ ମାଧ୍ୟମରେ ଫିଲ୍ମରେ ସେମାନଙ୍କର ବ୍ରୋମାନ୍ସର ଝଲକ ଦେଖିବାକୁ ମିଳିଛି ।

ଫିଲ୍ମ ନିର୍ଦ୍ଦେଶକମାନେ ଆଶା କରୁଛନ୍ତି ଯେ ଏହି ଗୀତର କ୍ୟାଚି ଟିୟୁନ୍‌ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସବ । ତେବେ ଏହି ଗୀତଟିକୁ ଅରିଜିତ ସିଂ, ବିଶାଲ ମିଶ୍ର ଏବଂ ନିଖିତା ଗାନ୍ଧୀ ଗାଇଛନ୍ତି । ଏହାକୁ ବିଶାଲ ମିଶ୍ର କମ୍ପଜୋ କରିଥିବାବେଳେ ଇରଶାଦ କାମିଲ ଏହାର ଗୀତ ଲେଖିଛନ୍ତି । ଏହା ସହ ଫିଲ୍ମର ଅଭିନେତାମାନେ ଏହି ଗୀତଟିକୁ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ଏହି ଗୀତର ଭିଡିଓ ଦେଖି ଲୋକମାନେ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କ ଡ୍ୟାନ୍ସ ନମ୍ବର ‘ନାଟୁ ନାଟୁ’ କୁ ମନେ ପକାଇଛନ୍ତି । ଲୋକମାନେ ଏହି ଗୀତକୁ ନାଟୁ ନାଟୁ ସହ ତୁଳନା କରୁଛନ୍ତଦି । କିଛି ଦର୍ଶକମାନେ ଏହି ଗୀତକୁ ଆଗାମୀ ଦିନମାନଙ୍କର ପାର୍ଟୀ ଗୀତ ହେବ ବୋଲି କହୁଛନ୍ତି । ପୂଜା ଏଣ୍ଟଟେନ୍‌ମେଣ୍ଟ ଏବଂ FZ ଫିଲ୍ମ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଲି ଅବ୍ବାସ ଜାଫର । ଏହି ଫିଲ୍ମରେ ପୃଥୀରାଜ ସୁକୁମାରନ୍, ସୋନାକ୍ଷୀ ସିହ୍ନା, ମାନୁଷି ଛିଲର୍, ଅଲାୟା ଏଫ୍ ଏବଂ ରୋନିତ୍‌ ରୟ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

 

View this post on Instagram

 

A post shared by Zee Music Company (@zeemusiccompany)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.