ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଗର୍ଭବତୀଙ୍କୁ ୩ କିମି ଦୂର ଷ୍ଟ୍ରେଚର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ରାସ୍ତା ନଥିବା ଯୋଗୁଁ ଗାଁ ଭିତରକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଯାହାପରେ ଗାଁ ଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଏଁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ଡୁମୁରି ଗୁଡା ଗାଁରେ ।

କିଛି ଗାଁ ପାଇଁ ଅପହଞ୍ଚ ସ୍ୱାସ୍ଥ୍ୟ ସେବା । ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁ ର ଲୋକମାନେ ବହୁ ଦୁଃଖ କଷ୍ଟରେ ଦିନ ବିତାଉଛନ୍ତି ସତ ହେଲେ ଶାରୀରିକ ଅସୁସ୍ଥତା ସମୟରେ ବହୁତ ହଇରାଣ ହେଉଛନ୍ତି ଏହି ଗାଁର ଲୋକେ କାରଣ ଗାଁ କୁ ଆସିପାରୁନି ଆମ୍ବୁଲାନ୍ସ । ରାସ୍ତା ନଥିବା ଯୋଗୁଁ ଗାଁ ଭିତରକୁ ଆସିପାରିନଥିଲା ଆମ୍ବୁଲାନ୍ସ । ଯାହାପରେ ଗାଁ ଠାରୁ ୩ କିଲୋମିଟର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଏଁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ।

ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ଡୁମୁରି ଗୁଡା ଗାଁରେ । କୋରାପୁଟ ଜିଲ୍ଲାରେ ଅନେକ ଗାଁକୁ ରାସ୍ତା ନଥିବା ଯୋଗୁଁ ଜରୁରୀ ସେବା ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରୁନାହିଁ । ଫଳରେ ରୋଗୀ ସେବାରେ ଅନେକ ଅସୁବିଧା ଘଟୁଛି । ଗର୍ଭବତୀଙ୍କ ଗର୍ଭ ବେଦନାକୁ ସହି ନପାରି ଆମ୍ବୁଲାନ୍ସ କର୍ମଚାରୀମାନେ ନିଜେ ଷ୍ଟ୍ରେଚରରେ ବୋହି ଆଣିଛନ୍ତି ଆମ୍ବୁଲାନ୍ସ ନିକଟକୁ । ତେବେ ଏହା କୌଣସି ନୂଆ କଥା ନୁହେଁ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । କମିବାର ନାଁ ଧରୁନି ଜନନୀ ଯନ୍ତ୍ରଣା ।

ଗାଁକୁ ପକ୍କ୍କା ରାସ୍ତା ସୁବିଧା ନଥିବା ଯୋଗୁଁ ଗାଁ ଭିତରକୁ ଆସି ପାରିନଥିଲା ଆମ୍ବୁଲାନ୍ସ । ଗାଁରୁ ୩ କିମି ଦୂର ଷ୍ଟ୍ରେଚର ଭାରରେ ବୁହା ହୋଇ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ଦୂରରେ ଅଟକିଯାଇଥିଲା ଆମ୍ବୁଲାନ୍ସ । କିନ୍ତୁ ମାନବିକତା ଦେଖାଇଥିଲେ ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀ ଜଣଙ୍କର ଆସିବାରେ ବିଳମ୍ବ ହେବାରୁ ଆମ୍ବୁଲାନ୍ସ ଚାଳକ ଷ୍ଟ୍ରେଚର ଧରି ଗାଁକୁ ଯାଇ ଗର୍ଭବତୀ ଜଣଙ୍କୁ ତିନି କିଲୋମିଟର ଭାରରେ ବୋହି ଆଣିଥିବାର ଦେଖିବାକୁ ମିଳିଛି ।

କିନ୍ତୁ ବହୁତ କିଛି କଠିନ ସ୍ଥିତିକୁ ପାର କରି ଆମ୍ବୁଲାନ୍ସ ପାଖରେ ପହଁଚିଥିଲେ ଗର୍ଭବତୀ । ଥରେ ଭାବନ୍ତୁ ଏ ଚିତ୍ର ଦେଖି, ଆଜି ବି କେତେ ଅନୁନ୍ନତ ସ୍ଥିତିରେ ଅଛନ୍ତି ଏମାନେ । ଅତି ବିପଦପୂର୍ଣ୍ଣ ଭାବେ ଗର୍ଭବତୀ ବୁହା ହୋଇ ଆସିବା ସତରେ ମନକୁ ଭାରି ବ୍ୟଥିତ କରୁଛି । ଏ ଚିତ୍ର ଦେଖି ଲାଗୁଛି ନିହାତି ଭାବେ ଏ ଗାଁକୁ ଏ ପକ୍କା ରାସ୍ଥା ଦରକାର । ଆଉ ଗାଁର ଲୋକମାନେ ବି ଗାଁକୁ ଏକ ପକ୍କା ସଡ଼କ ଯୋଗାଇଦେବା ପାଇଁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.