କେଜ୍ରିଓ୍ଵାଲଙ୍କ ବିପକ୍ଷରେ ନିର୍ବାଚନ ଲଢିବ ମହାଠକ ସୁକେଶ ଚନ୍ଦ୍ରଶେଖର ! ଚିଠିରେ କଲା ଖୁଲାସା

ସୁକେଶ ଚିଠିରେ ଲେଖିଛି କି, ମୁଁ ଡରିବିନି, ଖୁବଶୀଘ୍ର ସିବିଆଇ ସାମ୍ନାରେ ଆପଣଙ୍କ ଖୁଲାସା କରିବି । ଆଉ ଆପଣ ଯେଉଁ ସ୍ଥାନରୁ ନିର୍ବାଚନ ଲଢିବେ, ମୁଁ ସେଇ ସ୍ଥାନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ।

ତିହାର ଜେଲରେ ବନ୍ଦଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ଵାଲଙ୍କୁ ଚିଠି ଲେଖିଛି । ସୁକେଶ ଚିଠିରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଧମକାଇବା ଅଭିଯୋଗ କରିଛି । ସୁକେଶଙ୍କ ଅଭିଯୋଗ ମୁତାବକ, ଏକ ମୋବାଇଲ ନମ୍ବରରୁ ଲଗାତାର ୩ ଦିନ ହେଲାଣି ଫୋନ ମୋ ପରିବାରକୁ ଧକାଉଛି । ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଏବଂ କେଜ୍ରିଓ୍ଵାଲଙ୍କ ନିକଟତମ ଅଫିସର ମଧ୍ୟ ଧମକାଉଛନ୍ତି ।

ସୁକେଶ ଚିଠିରେ ଲେଖିଛି କି, ମୁଁ ଡରିବିନି, ଖୁବଶୀଘ୍ର ସିବିଆଇ ସାମ୍ନାରେ ଆପଣଙ୍କ ଖୁଲାସା କରିବି । ଆଉ ଆପଣ ଯେଉଁ ସ୍ଥାନରୁ ନିର୍ବାଚନ ଲଢିବେ, ମୁଁ ସେଇ ସ୍ଥାନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି । ସୁକେଶ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି, କେଜ୍ରିଓ୍ଵାଲ ତାଙ୍କୁ ତାମିଲନାଡୁ ଲୋକସଭା ନିର୍ବାଚନ ଟିକେଟ ଦେବାକୁ ଲୋଭ ଦେଖାଇଥିଲେ ।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପରେ ଅନେକ ଅଭିଯୋଗ କରିଛନ୍ତି । ୨୦୨୩ ମଇର ସୁକେଶ ଦିଲ୍ଲୀର ଉପ ରାଜ୍ୟପାଳଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ, କ୍ରେଜିଓ୍ଵାଲଙ୍କ ସରକାରୀ ବାସଭବନ ସଜାଇବା ପାଇଁ କିଣାଯାଇଥିବା ଜିନିଷ ଯାଞ୍ଚ କରାଯାଉ । କେଜ୍ରିଓ୍ଵାଲ ତାଙ୍କ ସରକାରୀ ଘର ପାଇଁ ମହଙ୍ଗା ଫର୍ନିଚର ଏବଂ ବେଡ୍‌ ସୁକେଶ କିଣିଥିଲା । ଫର୍ନିଚର ବ୍ୟତୀତ କ୍ରକରୀ ମଧ୍ୟ କିଣିଥିଲା ସୁକେଶ । ୧୫ଟି ଥାଳି ପ୍ଲେଟ ଏବଂ ୨୦ ରୁପା ଗ୍ଲାସ କିଛି ମୂର୍ତ୍ତି କିଣି ପଠାଯାଇଥିଲା । ୪୫ ଲକ୍ଷ ଟଙ୍କାର ଡାଇନିଂ ଟେବୁଲ, ୩୪ ଲକ୍ଷର ଡ୍ରେସିଂ ଟେବୁଲ ଭଳି ଅନ୍ୟ କିଛି ଜିନିଷ ମଧ୍ୟ କିଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.