ସନ୍ଦେଶଖାଲି ମାମଲା: TMC ନେତା ଶେଖ୍ ଶାହାଜାହାନ୍ ଗିରଫ, ଜମି ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ
ଘଟଣାର ୫୫ ଦିନ ପରେ ଆଜି ସକାଳେ ସରବେରିଆ ଅଞ୍ଚଳରୁ ପୋଲିସ ତାଙ୍କୁ ଗିରଫ କରିଛି । ED ଟିମ୍ ଉପରେ ଆକ୍ରମଣ ପରେ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନ୍ । ତାଙ୍କ ନାଁରେ ଜମି ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା ।

ପଶ୍ଚିମବଙ୍ଗ ସନ୍ଦେଶଖାଲି ବିବାଦ ମାମଲାରେ TMC ନେତା ଶେଖ୍ ଶାହାଜାହାନ୍ ଗିରଫ । ସନ୍ଦେଶଖାଲି ଅଞ୍ଚଳରୁ ଶେଖ୍ ଶାହାଜାହାନକୁ ଗିରଫ କରିଛି କୋଲକାତା ପୋଲିସ । ଘଟଣାର ୫୫ ଦିନ ପରେ ଆଜି ସକାଳେ ସରବେରିଆ ଅଞ୍ଚଳରୁ ପୋଲିସ ତାଙ୍କୁ ଗିରଫ କରିଛି । ED ଟିମ୍ ଉପରେ ଆକ୍ରମଣ ପରେ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ ଶେଖ୍ ଶାହାଜାହାନ୍ । ତାଙ୍କ ନାଁରେ ଜମି ହଡ଼ପ ଏବଂ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା ।
ପଶ୍ଚିମବଙ୍ଗରେ ସନ୍ଦେଶଖାଲି ମାମଲାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ସହ ସେମାନଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଆସୁଛି । ଟିଏମସି ନେତା ଶାହାଜାହାନ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।
#WATCH | On the arrest of TMC leader Sheikh Shahjahan, BJP’s national spokesperson Shehzad Poonawalla says, “What is the TMC govt and Police gloating about…Shahjahan has been arrested only as a cosmetic measure, it is nothing but eyewash. It only happened when BJP took up the… pic.twitter.com/25AG7xcvLs
— ANI (@ANI) February 29, 2024
ଶାହାଜାହାନ୍ ଓ ତା’ର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଥିଲା । ତେବେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।