ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ ଓ ୧୧ଟି ଜେଏମଏଫସି କୋର୍ଟ

କେନ୍ୟୁଜ୍(ବ୍ୟୁରୋ):  ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି ପାଇଁ ରାଜ୍ୟରେ ସ୍ଥାପନ ହେବ ୩ଟି ସ୍ୱତନ୍ତ୍ର ଅଦାଲତ। ଏହା ସହିତ ୧୧ଟି ଜେଏମଏଫସି କୋର୍ଟ ମଧ୍ୟ ସ୍ଥାପନ ହେବ। ଏଥିପାଇଁ ସମୟ ଦେବାକୁ ରାଜ୍ୟ ସରକାର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ବର୍ତ୍ତମାନ ଓ ପୂର୍ବତନ ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ଶୁଣାଣି ନେଇ କେଉଁ ରାଜନେତାଙ୍କ ବିରୋଧରେ କେତେ ସଂଖ୍ୟକ ମାମଲା ବିଚାରାଧୀନ ରହିଛି, ସେ ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ଏହି ଅଦାଲତ ପାଇଁ ବିଲ୍‌ଡିଂ ଓ ଆବଶ୍ୟକୀୟ କର୍ମଚାରୀ ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେବେ। ତିନୋଟି ରାଜସ୍ୱ ଡିଭିଜନ ଅଧୀନରେ ଏହି ତିନୋଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ ହେବ। ନଭେମ୍ବର ୨୬ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ହାଇକୋର୍ଟ ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.