ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ, ସ୍କୁଲ ସମୟରେ ପିଲାମାନଙ୍କ ସହ କରୁଛନ୍ତି ଭିଡ଼ିଓ 

ବଡମ୍ବା(କେନ୍ୟୁଜ୍): ଟିକଟକ୍ ମାୟାରେ ଶିକ୍ଷୟିତ୍ରୀ । ସ୍କୁଲ ସମୟରେ ଟିକଟକ୍ ଭିଡ଼ିଓ କରୁଛନ୍ତି ଶିକ୍ଷୟିତ୍ରୀ । ସେପୁଣି ସ୍କୁଲ ପିଲାମାନଙ୍କ ସହ । ଏବେ ଶିକ୍ଷୟିତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ହେଉଛି ବଡମ୍ବା ବ୍ଲକ ବାଦଭୁଇଁ ୟୁ ପି ସ୍କୁଲର । ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ବନପ୍ରିୟା ନାୟକ । ଶିକ୍ଷୟିତ୍ରୀଙ୍କ ଏକାଧିକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ବିଶେଷ କରି ବଡମ୍ବା ଅଞ୍ଚଳରେ ଶିକ୍ଷୟିତ୍ରୀଙ୍କ ଏହି ଭିଡ଼ିଓକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ସ୍କୁଲରେ ପାଠ ନପଢ଼ାଇ ଟିକଟକ୍ ଭିଡ଼ିଓ କରିବା, କେତେଦୂର ଯୁକ୍ତିଯୁକ୍ତ ତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଏହି ଭିଡ଼ିଓକୁ ସ୍ୱିକାର କରିଛନ୍ତି । ହେଲେ ସେ ନୁହେଁ, ଆଉ କିଏ ତାଙ୍କ ମୋବାଇଲ ଫୋନରୁ ନେଇ ଭାଇରାଲ କରିଥିବା ସେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.