ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ, ଟଲ୍ ମ୍ୟାନଙ୍କୁ ମନେ ପକାଉଛି ସାରା ଓଡ଼ିଶା

ମନେ ପଡ଼ନ୍ତି ବିଜୁ ବାବୁ । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ । ଟଲ୍ ମ୍ୟାନଙ୍କୁ ମନେ ପକାଉଛି ସାରା ଓଡ଼ିଶା । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ମନେ ପଡ଼ନ୍ତି ବିଜୁ ବାବୁ । ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ । ଟଲ୍ ମ୍ୟାନଙ୍କୁ ମନେ ପକାଉଛି ସାରା ଓଡ଼ିଶା । ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବରେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ। ନିଜର ଅଦମ୍ୟ ଦୁଃସାହସ ପାଇଁ ଦେଶ ଓ ବିଶ୍ବସ୍ତରରେ ପ୍ରସିଦ୍ଧି ହାସଲ କରିଥିଲେ । ଜଣେ ଦୁର୍ଦ୍ଧର୍ଷ ସ୍ବାଧୀନତା ସଂଗ୍ରାମୀ ଓ ଦୁଃସାହସୀ ପାଇଲଟ୍ ଥିଲେ ବିଜୁ ବାବୁ । ଇଣ୍ଡୋନେସିଆ ସ୍ବାଧୀନତାରେ ତାଙ୍କର ଥିଲା ବିଶେଷ ଭୂମିକା । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଅନୁରୋଧରେ ଜାକର୍ତ୍ତାରେ ଗୃହବନ୍ଦୀ ଥିବା ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାରିଆରଙ୍କୁ ଉଦ୍ଧାର କରି ବିମାନରେ ଭାରତ ଉଡ଼ାଇ ଆଣିଥିଲେ । ଏଥିପାଇଁ ସେ ଦେଖାଇଥିବା ସାହସିକତାର ପଟାନ୍ତର ନାହିଁ ।

ତାଙ୍କୁ ୧୯୫୦ରେ ଇଣ୍ଡୋନେସିଆ ସରକାର ଭୂମିପୁତ୍ର ସମ୍ମାନ ଦେଇଥିଲେ । ସେହିପରି ଭାରତ ଛାଡ ଆନ୍ଦୋଳନ ବେଳେ ଅଦ୍ୟମ ସାହସ ଦେଖାଇଥିଲେ ବିଜୁ ବାବୁ । ରାମ ମନୋହର ଲୋହିଆ, ଜୟପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀଙ୍କ ଭଳି ତୁଙ୍ଗ ନେତାଙ୍କୁ ବ୍ରିଟିଶ ବାୟୁସେନା ବିମାନରେ ଗୋପନୀୟ ଭାବରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଭାରତ ଛାଡ଼ ଆନ୍ଦୋଳନକୁ ଉଜ୍ଜୀବୀତ ରଖିବାରେ ସାହାଯ୍ୟ କରିଥିଲେ । ପାରାଦୀପ ବନ୍ଦର ପ୍ରତିଷ୍ଠା କରିଥିଲେ ବିଜୁ ପଟ୍ଟନାୟକ ।

କେନ୍ଦ୍ରର ସହାୟତା ମିଳିବା ପୂର୍ବରୁ ରାଜ୍ୟ ବ୍ୟୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଇ ଲଢ଼ୁଆ ମନୋବୃତ୍ତିର ପରିଚୟ ଦେଇଥିଲେ। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ନିର୍ମାଣ କରାଇଥିଲେ ପାରାଦୀପ-ଦୈତାରୀ ଏକ୍ସପ୍ରେସ୍ ୱେ । ପଞ୍ଚାୟତ ଓ ପୌର ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଥିଲେ ବିଜୁ ବାବୁ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ସୁନାବେଢ଼ା ହାଲ ପ୍ରତିଷ୍ଠାରେ ତାଙ୍କର ଅବଦାନ ରହିଛି । ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । କେନ୍ଦ୍ରରେ ଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ । ଓଡ଼ିଶାର ସ୍ୱାର୍ଥ ଓ ସ୍ଵାଭିମାନର ପ୍ରତୀକ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.