Below header

ସ୍ୱତନ୍ତ୍ର ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ, ପ୍ରଭାବରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଦୋକାନ ବଜାର, ସ୍କୁଲ ଓ କଲେଜ ତାଲା

ବଲାଙ୍ଗିର (କେନ୍ୟୁଜ୍): ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ । ସ୍ୱତନ୍ତ୍ର ରାଜ୍ୟ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତିମୋର୍ଚ୍ଚା ପକ୍ଷରୁ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପ୍ରଭାବରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଦୋକାନ ବଜାର, ସ୍କୁଲ ଓ କଲେଜ ବନ୍ଦ ରହିଛି । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଯାନାବହାନ ଚଳାଚଳ ମଧ୍ୟ ଠପ୍‌ ହୋଇଯାଇଛି । ସକାଳୁ ସକାଳୁ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି ଆନ୍ଦୋଳନକାରୀ । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଛି । ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ନେଇ ଅଲଗା ରାଜ୍ୟ ଗଠନ ଦାବି କରି ବନ୍ଦ ପାଳନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.