ଆଇଏଏସ୍‌ ଶିକ୍ଷନିବେଶକଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ, ବିଭିନ୍ନ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣରୁ ଶିକ୍ଷାଲାଭ କରିବାକୁ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍): ଆଇଏଏସ୍‌ ଶିକ୍ଷାନିବେଶକ ମାନଙ୍କ ସହ ଆଲୋଚନା କଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଗୋପବନ୍ଧୁ ପ୍ରଶାସାନିକ ଏକାଡେମୀ ମହାନିର୍ଦ୍ଦେଶକ ରଂଜନା ଚୋପ୍ରାଙ୍କ ନେତୃତ୍ୱରେ ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ୬ ଜଣିଆ ଟିମ୍‌। ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରି ନିଜ ଅଞ୍ଚଳରେ କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ।

ରାଜ୍ୟରେ ନୂଆ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି , ଶିଳ୍ପ ପାଇଁ କ୍ଷେତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରକୃତି ପର୍ଯ୍ୟଟନ ଓ ରୋଜଗାର କ୍ଷମତା ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି। ମହିଳା ସଶକ୍ତିକରଣ, ସହରାଞ୍ଚଳ ଜଙ୍ଗଲ ପରିଚାଳନା, ଗ୍ରାମାଞ୍ଚଳରେ ସହରୀ ସୁବିଧା ଆଦି ମୌଳିକ ସୁବିଧା କ୍ଷେତ୍ରରେ ନୂତନ କୌଶଳର ପ୍ରୟୋଗ ସଫଳତାର ସହ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ହୋଇଥିବା ରୂପାନ୍ତରଣରୁ ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଉଛନ୍ତି ମୁଖ୍ୟ ସଚିବ। ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ସୃଜନାତ୍ମକ ଅଭିନବ ପ୍ରକଳ୍ପ ପ୍ରସ୍ତୁତକରି ନିଜ ନିଜ ଅଞ୍ଚଳରେ ପ୍ରୟୋଗ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ସଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.