Below header

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ, ଆଜି ଦିଲ୍ଲୀ ଫେରିବେ ଆମିକସକ୍ୟୁରୀ

ପୁରୀ (କେନ୍ଯୁଜ୍) : ଆଜି ଦିଲ୍ଲୀ ଫେରିଯିବେ ଆମିକସ୍‌ କ୍ୟୁରୀ । ୩ ସପ୍ତାହ ପରେ ପୁଣି ପୁରୀ ଆସି ଶ୍ରୀମନ୍ଦିର ବ୍ୟବସ୍ଥାର ଅନୁଧ୍ୟା କରିବେ । ଗତ ଦୁଇ ଦିନ ଧରି ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିଲେ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ପରେ ତଥ୍ୟ ସଂଗ୍ରହ ଶେଷ ହୋଇଥିଲା । ଆମିକସ୍‌ କ୍ୟୁରୀଙ୍କ ସହ ଆଲୋଚନା ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ଛତିଶା ନିଯୋଗ ସେବାୟତ ପ୍ରତିନିଧି କହିଛନ୍ତି ।

Puri-temple

ସେବାୟତମାନେ ସେମାନଙ୍କ ଆଚରଣ, ବ୍ୟବହାର ଏବଂ ପୂଜା ନୀତିକାନ୍ତିରେ ପରିବର୍ତ୍ତନ ଆଣିବା ପାଇଁ ଆମିକସ୍‌ କ୍ୟୁରୀ ପରାମର୍ଶ ଦେଇଛନ୍ତି । ଏଥିପାଇଁ ୩ ସପ୍ତାହ ଧରି ସେବାୟତଙ୍କ ଆଚରଣର ଅନୁଧ୍ୟାନ କରାଯିବ । ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ମଧ୍ୟ ଆମିକସ୍‌ କ୍ୟୁରୀ ଗୁରୁତ୍ୱ ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ଦାନ ଦକ୍ଷିଣା ମାଗିବା ଉପରେ ସଂପୂର୍ଣ୍ଣ କଟକଣା କରାଯିବା ଉଚିତ ବୋଲି ମତ ଦେଇଛନ୍ତି । ସେବାୟତମାନେ ମଧ୍ୟ ଆମିକସ୍‌ କ୍ୟୁରୀଙ୍କ ପରାମର୍ଶକୁ ପାଳନ କରିବେ ବୋଲି କହିଛନ୍ତି । ସେବାୟତଙ୍କ ବଂଶାନୁକ୍ରମିକ ସେବା ଓ ପ୍ରାପ୍ୟ ପାଉଣା ସମସ୍ୟା ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇବେ ବୋଲି କହିଛନ୍ତି ଆମିକସ୍‌ କ୍ୟୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.