Below header

ଆଜି ପବିତ୍ର ଅଁଳା ନବମୀ: ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି ହେଲେ ଭକ୍ତଙ୍କ ପାଇଁ ୧୪୪ ଧାରା

ପିପିଲି(କେନ୍ଯୁଜ୍): ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳରେ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବର୍ଷକୁ ଥରେ ଅଁଳା ନବମୀରେ ଓଡ଼ିଆଣୀ ବେଶରେ ରାଧାରାଣୀ ଦର୍ଶନ ଦେଇଥାଆନ୍ତି । କରୋନା କଟକଣା ଯୋଗୁ ଏବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯାଇଛି । ଶ୍ରଦ୍ଧାଳୁଙ୍କ ମାଆଙ୍କ ପାଦ ଦର୍ଶନ ମନା ।

ଏଥର କେବଳ ନୀତିକାନ୍ତି ଓ ପାଳିଆ ସେବକଙ୍କୁ ନେଇ ଅନୁଷ୍ଠିତ ହେଉଛି ରାଧା ପାଦ ଦର୍ଶନ । ରାତି ତିନିଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ଆଦି କରାଯାଇ ସାକ୍ଷୀ ଗୋପାଳ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜିତ କରାଯାଇଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.