Below header

୫ ଦିନଆ ରିମାଣ୍ଡରେ ଗଲେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ, କୋହଲିଙ୍କ ଝିଅଙ୍କୁ ଦେଇଥିଲେ ଧମକ

୫ ଦିନ ପାଇଁ ରିମାଣ୍ଡରେ IIT ଗ୍ରାଜୁଏଟ୍‌ ରାମନାଗେଶ ଶ୍ରୀନିବାସ । ବିରାଟ କୋହଲିଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ ରାମନାଗେଶ । ହ୍ରାଇଦ୍ରାବାଦରୁ ଗିରଫ ହୋଇଛି ଅଭିଯୁକ୍ତ ରାମନାଗେଶ । ମୁମ୍ବାଇ ପୋଲିସ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି । ଅଭିଯୁକ୍ତ ଜଣେ IIT ଗ୍ରାଜୁଏଟ୍‌ ବୋଲି ଜଣାପଡିଛି । ତାଙ୍କ ବୟସ ୨୩ ବର୍ଷ ଓ ସେ ଜଣେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି। ମାସେ ପୂର୍ବରୁ ସେ ଏକ ଫୁଡ୍‌ ଡେଲିଭରୀ ସଂସ୍ଥାର ଆପ୍‌ରେ କାର୍ଯ୍ୟରତ ଥିଲେ।

ଏବେ ଚାକିରୀ ଛାଡି ଆମେରିକାରେ ମାଷ୍ଟ୍ରର୍ସ ଡିଗ୍ରୀ ପାଇଁ ପ୍ରସ୍ତୁତ ହୋଇଥିଲେ। କିନ୍ତୁ ପୋଲିସ ତାଙ୍କୁ ହାଇଦ୍ରବାଦ୍‌ରୁ ଗିରଫ କରିଥିଲା। ଅଭିଯୁକ୍ତ ଏବେ ସେ ମୁମ୍ବାଇ ଜେଲରେ ଅଛନ୍ତି। ଆଇଆଇଟି ହାଇଦ୍ରାବାଦ୍‌ର ଗ୍ରାଜୁଏଟ। ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ଭାରତ ହାରିବା ପରେ, ବିରାଟଙ୍କ ନଅ ମାସର ଝିଅକୁ ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ।

ସୂଚନା ଯୋଗ୍ୟ ଚଳିତ ଟି-୨୦ ବିଶ୍ବକପରେ ଲଗାତର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିଲା । ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ପରାସ୍ତ ପରେ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ମଧ୍ୟ ପରାଜୟ ବରଣ କରିଥିଲା ଟିମ୍ ଇଣ୍ଡିଆ । ଫ୍ୟାନ୍‌ମାନଙ୍କର ଇଣ୍ଡିଆ ଟିମ୍‌ ଉପରେ ଏତେ ରାଗ ଆସି ଯାଇଥିଲା ଯେ କିଛି ଲୋକ ସବୁ ସୀମା ପାର୍‌ କରି ଦେଇଥିଲେ। ସୋସିଆଲ ମିଡିଆରେ କ୍ୟାପଟେନ କୋହଲିଙ୍କ ପରିବାର, ତାଙ୍କ ଝିଅ ବାମିକାକୁ ନେଇ ନାନା ଧମକ ଦିଆଯାଇଥିଲା ଏବଂ ବିଭିନ୍ନ ଅପଶବ୍ଦ ବି ପ୍ରୟୋଗ କରାଯାଇଥିଲା। ସେହିପରି କ୍ୟାପଟେନ କୋହଲିଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଧମକ ଦେଇଥିଲେ, ଯାହା ଉପରେ ଅନେକ ଲୋକ ଆପତ୍ତି ଉଠାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.