ସ୍ମାର୍ଟ ସ୍କୁଲର ରୂପାନ୍ତରୀକରଣ ପର୍ବ, ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଯୁଜ୍: ସ୍ମାର୍ଟ ସ୍କୁଲର ରୂପାନ୍ତରୀକରଣ ପର୍ବ । ୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5T କାର୍ଯ୍ୟକ୍ରମ ଅଧିନରେ ହାଇସ୍କୁଲ ଗୁଡ଼ିକୁ ରୂପାନ୍ତରୀକରଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ୧୪୨ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଁ ବହୁତ ଖୁସି ଯେ, 5ଟି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରୂପାନ୍ତର ହୋଇଥିବା ୧୦୨୫ଟି ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆରମ୍ଭ ହୋଇଛି। ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଦ୍ୱାରା ସହର ଓ ଗାଁ ସ୍କୁଲ ଭିତରେ ଥିବା ତଫାତ୍‌ ଦୂର ହୋଇପାରିଛି।

ସ୍କୁଲ ସମୟ ହେଉଛି ପିଲାମାନଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ । ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର ଓ ଇଞ୍ଜିନିୟର ହେବାର ସ୍ୱପ୍ନ ଯେପରି ସାକାରା ହୋଇପାରିବ ସେଥିପାଇଁ ରାଜ୍ୟ ସରକାର ୧୫% ଆସନ ସଂରକ୍ଷିତ କରିଛନ୍ତି। ମୋର ପୁରା ବିଶ୍ୱାସ, ପିଲାମାନେ ଭଲ ପାଠ ପଢି , ଭଲ କାମ କରି ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.