ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ପରୀକ୍ଷଣ ହେବ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଆଜି ଅତ୍ୟାଧୁନିକ ଅସ୍ତ୍ର ମାର୍କ-୨ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଆକାଶରୁ ଆକାଶ ମାର୍ଗରେ ଲକ୍ଷଭେଦ କରିପାରୁଥିବା ଏହି ଉନ୍ନତ ମାନର ଅସ୍ତ୍ର ମିଶାଇଲର କ୍ଷମତାକୁ ବଢ଼ାଯାଇ ଅସ୍ତ୍ର ଏମ୍‌କେ-୨ ଭର୍ସନ ବା ମାର୍କ-୨ ଭର୍ସନର ନିର୍ମାଣ କରାଯାଇଛି ।

ଅସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୮୦ କିଲୋମିଟର ରହିଥିବା ବେଳେ ଏହି ଉନ୍ନତ ମାନର କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୬୦ କିଲୋମିଟର ରହିଛି । କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପରୀକ୍ଷଣ ପୂର୍ବରୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ ହେବେ ରେଞ୍ଜଠାରୁ ଅଢେଇ କିଲୋମିଟର ଭିତରେ ରହିଥିବା ୪ଟି ପଞ୍ଚାୟତର ୬ଟି ଗାଁର ୮ ହଜାର ଲୋକ । ସେଥିପାଇଁ ବ୍ୟାପକ ବ୍ୟବସ୍ଥା ହେବାକୁ ଥିବା ବେଳେ ଲୋକଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.