Below header

ଆଜି ବାରିପଦାରେ ରଥଯାତ୍ରା, ଚଳଚଞ୍ଚଳ ସମଗ୍ର ସହର

ବାରିପଦା(କେନ୍ୟୁଜ୍) : ଆଜି ବାରିପଦା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ସମଗ୍ର ସହର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା । ସୁଭଦ୍ରାଙ୍କ ରଥ ଅଧା ବାଟ ଟଣାଯାଇ ବାରିପଦା ଟାଉନ ଥାନାରେ ସମ୍ମୁଖରେ ରହିବ । କାଲି ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣାଯିବ । ମହିଳାମାନେ ସୁଭଦ୍ରାଙ୍କ ରଥକୁ ଟାଣିଥାନ୍ତି । ଗତକାଲି ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇଥିଲେ । ପୁରୀ ଘୋଷ ଯାତ୍ରାର ଗୋଟିଏ ଦିନ ପରେ ବାରିପଦାରେ ରଥଯାତ୍ରା ହୋଇଥାଏ । ବିଶ୍ୱାସ ରହିଛି, ପୁରୀ ରଥଯାତ୍ରା ପରଦିନ ଏଠାରେ ମହାପ୍ରଭୁ ବିଜେ ହୁଅନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.