ଆଜି ବସିବ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ବୈଠକ, ସାମିଲ ହେବେ ଦଳର ବରିଷ୍ଠ ନେତା

ଭୁବନେଶ୍ୱର: ଆଜି ବସିବ ରାଜ୍ୟ ବିଜେପିର ସାଂଗଠନିକ ନିର୍ବାଚନ ପାଇଁ ବୈଠକ । ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ନେତୃତ୍ୱରେ ଦଳର ବୈଠକରେ ସାମିଲ ହେବେ ବରିଷ୍ଠ ନେତା । ଏକ ମାସ ଧରି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଚାଲିବ । ଏଥିପାଇଁ ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦୀପ୍ତ ରାୟ ଓ ରଞ୍ଜନ ପଟେଲଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ମଧ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ଦୌଡରେ ଅଛନ୍ତି ବରିଷ୍ଠ ନେତା ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂଦେଓ, ଜୁଏଲ ଓରାମ, ସମୀର ମହାନ୍ତି ଓ ବିଷ୍ଣୁ ସେଠୀ ।

Leave A Reply

Your email address will not be published.