Below header

ଆଜି ଗୁରୁ ଦିବସ, ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ଦେଶର ୪୫ ଜଣ ଶିକ୍ଷକଙ୍କୁ ପ୍ରଦାନ କରାଯିବ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ଆଜି ଗୁରୁ ଦିବସ। ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ୧୩୧ତମ ଜୟନ୍ତୀ। ଏହି ଅବସରରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଆଜି ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ତରଫରୁ ପୁରସ୍କାର ପ୍ରଦାନ କରାଯିବ। ଦିନକ ତଳେ ଏହି ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟିଥିଲେ। ସେମାନଙ୍କ ଶିକ୍ଷାଦାନ ପଦ୍ଧତି ବିଷୟରେ ପଚାରି ବୁଝିଥିଲେ। ପୁରସ୍କୃତ ହେବାକୁ ଥିବା ଶିକ୍ଷକମାନଙ୍କୁ ମଧ୍ୟରୁ ଓଡ଼ିଶାରୁ ଜଣେ ଶିକ୍ଷକ ପବିତ୍ର ମୋହନ ଦାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.