ଆଜି ଧନତେରସ୍, ଗହଣା ଦୋକାନରେ ଲୋକଙ୍କ ଭିଡ

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତାକାଲି କାଳିପୂଜା। ଆଜି ଧନତରେସ୍। ଏହି ଦିନ ସୁନା, ରୂପା ସମେତ ଅନ୍ୟ ମୂଲ୍ୟବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ ଜମିଛି। ଏହାକୁ ଦୃଷ୍ଟିରେ ରଖି ଦୋକାନୀମାନେ ମଧ୍ୟ ଆକର୍ଷଣୀୟ ଅଫର ରଖିଛନ୍ତି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ଜିଡାଇନର ଗହଣା ସହୁ ସୋରୁମ୍ରେ ଉପଲବ୍ଧ ହେଉଛି। ଆଜି ବେପାର ଭଲ ଜମିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି।