ଆଜି ପୁଣି ଖୋଲିବ କେରଳର ସାବରିମାଲା ମନ୍ଦିର

କେରଳ(କେନ୍ଯୁଜ୍) : ଆଜି ପୁଣି ଖୋଲିବ କେରଳର ସାବରିମାଲା ମନ୍ଦିର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦ୍ୱିତୀୟ ଥର ପାଇଁ ମନ୍ଦିର ଖୋଲାଯିବ । ଦୁଇ ଦିନ ଧରି ଚାଲିବ ଦର୍ଶନ । ଗତ ମାସରେ ୫ ଦିନ ପାଇଁ ମନ୍ଦିର ଖୋଲିଥିଲା । ମହିଳାଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରୁଥିବା ଆୟପ୍ପା ଭକ୍ତ । ଫଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏଥର ପୋଲିସ ଅଧିକ ସତର୍କ ହୋଇଛି । ସୁରକ୍ଷା ଦାୟିତ୍ୱରେ ପ୍ରାୟ ୨୩ ଶହ ପୋଲିସ କର୍ମଚାରୀ ଅଛନ୍ତି । ୧୦ ଏସ୍‌ପି ଓ ୧୦ ଡିଏସ୍‌ପିଙ୍କୁ ଦିଆଯାଇଛି ତଦାରଖ ଦାୟିତ୍ୱ । ଗୋଟିଏ ପ୍ଲାଟୁନ ମହିଳା ପୋଲିସ ମଧ୍ୟ ମୁତୟନ ହୋଇଛନ୍ତି । ମନ୍ଦିର ଭିତରେ ୫୦ ବର୍ଷରୁ ଅଧିକ ବର୍ଷ ବୟସର ମହିଳା ପୋଲିସକୁ ସୁରକ୍ଷା ଦାୟିତ୍ୱ ଦିଆଯିବ । ମଙ୍ଗଳବାର ପର୍ଯ୍ଯନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି ହୋଇଛି ।

Leave A Reply

Your email address will not be published.