Below header

୨୨ ବର୍ଷରେ ବିଜେଡି, ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ

ଆଜି ବିଜେଡିର ପ୍ରତିଷ୍ଠା ଦିବସ । ୨୧ବର୍ଷ ପୂରି ୨୨ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ। ୧୯ବର୍ଷ ଧରି ଲଗାତାର କ୍ଷମତାରେ ରହି ଦଳ ଲୋକପ୍ରିୟତାର ପ୍ରମାଣ ଦେଇଛି। ଏଥର ଫୋକସରେ ତୃଣମୂଳସ୍ତରର ସଂଗଠନ । ରାଜ୍ୟ ସରକାରଙ୍କ ସଫଳତା ଓ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ସ୍ଥିର କରିଛି। ଗାଁ ଠୁ ଆରମ୍ଭ କରି ସହର, ନିର୍ବାଚନମଣ୍ଡଳୀ, ଭୁବନେଶ୍ୱର ଯାଏଁ ପାଳିତ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର। ଏହା ସହ ପଞ୍ଚମ ଥର ପାଇଁ ଶାସନ ଡୋରି ଧରିବାକୁ ଦଳ ପ୍ରସ୍ତୁତି ଆରମ୍ଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.