ବାସ୍ ସକାଳର ଏହି ୪ ଟି ଛୋଟ ଭୁଲ୍, ଆପଣଙ୍କୁ ସମୟ ପୂର୍ବରୁ କରିଦେବ ବୃଦ୍ଧ

ସବୁ ବ୍ୟକ୍ତିଙ୍କ ଇଛା ସର୍ବଦା ସ୍ବାସ୍ଥ୍ୟବାନ୍ ଏବଂ ଜବାନ୍ ଦେଖାଯିବା । ସେଥିପାଇଁ କେତେବେଳେ କେଶକୁ କଳା କରିଥାଏ ତ କେତେବେଳେ ନେଇଥାଏ ଜିମର ସାହାରା । ହେଲେ କଣ ଆପଣ ଜାଣନ୍ତି ସକାଳେ ଉଠିବା ପରେ ଅଜାଣତରେ କରାଯାଇଥିବା କିଛି ଭୁଲ୍ ଆପଣଙ୍କ ସବୁ ପରିଶ୍ରମରେ ପାଣି ପକାଇଦେଇଥାଏ । ଆମେ ଆପଣଙ୍କୁ ୫ ଟି ଏମିତି ଭୁଲ୍ କହିବୁ ଯାହା ଆପଣଙ୍କୁ ବୟସ ପୂର୍ବରୁ କରିଦେଇଥାଏ ବୟସ୍କ ।
ଗରମ ପାଣି :
ଅନେକ ଲୋକଙ୍କ ଅଭ୍ୟାସ ସକାଳେ ଅତି ଗରମ ପାଣିରେ ଗାଧୋଇବା । ଯଦି ଆପଣ ବି ଏମିତି କରୁଛନ୍ତି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଏପରି କଲେ ମୁହଁରେ ସମୟ ପର୍ବରୁ କୁଞ୍ଜନ ଆସିଯାଏ । ଯାହା ଫଳରେ ଆପଣ ସମୟ ପୂର୍ବରୁ ବୟସ୍କ ଦେଖାଯାଆନ୍ତି ।
ବ୍ରେକଫାଷ୍ଟ ନକରିବା :
ଯେଉଁମାନେ ପ୍ରାୟ ସକାଳ ଖାଦ୍ୟ ଖାଆନ୍ତି ନାହିଁ ସେମାନେ ମଧ୍ୟ ସମୟ ପୂର୍ବରୁ ବୃଦ୍ଧ ଦେଖାଯାଆନ୍ତି । ସକାଳ ଖାଦ୍ୟ ନଖାଇବା ଦ୍ବାରା ଦୀର୍ଘ ସମୟ ଧରି ଆପଣଙ୍କ ଶରୀର ଭୋକିଲା ରହିଥାଏ । ଯାହା ଫଳରେ ଶରୀରକୁ ପୁରା ଶକ୍ତି ମିଳିନଥାଏ ଏବଂ ଶୀଘ୍ର ଥକା ଲାଗିଥାଏ । ଏହି ଅଭ୍ୟାସ ଧୀରେ ଧୀରେ ଗମ୍ଭୀର ରୋଗକୁ ନିମନ୍ତ୍ରଣ ଦେଇଥାଏ ।
ବିଳମ୍ବ ଯାଏ ଶୋଇବା :
ବିଳମ୍ବ ଯାଏ ଶୋଇଲେ ଆପଣଙ୍କ ସମସ୍ତ କାମ ବିଳମ୍ବ ହୋଇଯାଏ । ଯାହା ଫଳରେ ଆପଣ ଚିନ୍ତାରେ ପଡିଯାଆନ୍ତି । ଯଦି ଆପଣଙ୍କ ସକାଳ ଚିନ୍ତା ଏବଂ ଚାପରେ ଆରମ୍ଭ ହୁଏ ତେବେ ଆପଣଙ୍କ ଶରୀର ଅସନ୍ତୁଳିତ ହୋଇଯାଏ । ଯାହା ଫଳରେ ବଦହଜମୀ ଏବଂ ପେଟ ପୀଡା ଭଳି ସମସ୍ୟା ଆରମ୍ଭ ହୋଇଥାଏ ।
ସିଗାରେଟ୍ :
କିଛି ଲୋକଙ୍କ ଅଭ୍ୟାସ ସକାଳୁ ଉଠି ପ୍ରଥମେ ସିଗାରେଟ୍ ଟାଣିବା । ଏଭଳି କରୁଥିବା ଲୋକଙ୍କ ସ୍ବାସ୍ଥ୍ୟରେ ଖରାପ ପ୍ରଭାବ ପଡିଥାଏ । ଏହି ଖରାପ ଅଭ୍ୟାସ ଯୋଗୁଁ ଖୁବ୍ ଅଳ୍ପ ବୟସରୁ ଲୋକମାନେ ବୟସ୍କ ଦେଖାଯାଆନ୍ତି ।