Below header

ଆଜି ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକ

ଯାଜପୁର ଟାଉନ(କେନ୍ୟୁଜ): ଆଜି ପୂର୍ବତନ ବିରୋଧୀ ଦଳ ନେତା ତଥା ସାଲିସବିହୀନ ରାଜନେତା ସ୍ବର୍ଗତ ଅଶୋକ ଦାସଙ୍କ ୧୪ତମ ଶ୍ରାଦ୍ଧ ବାର୍ଷିକ। ଏହି ଅବସରରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ। ବଢି ଭୋରରୁ ମା ବିରଜା ମନ୍ଦିରରେ ଦୀପ ଦାନ କରାଯାଇଛି।

ଯାଜପୁର ପୌରପାଳିକାରେ ବିଭିନ୍ନ ୱାର୍ଡରେ ସଫେଇ କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ସିଲେଇ ମେସିନ ବଣ୍ଟନ କରାଯାଇଛି। ସେହିପରି ଯାଜପୁର ମେଡ଼ିକାଲ ପରିସରରେ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବିରଜା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପ୍ରଦୀପ ପୁସ୍ତକ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତା ସାମିଲ ହୋଇଛନ୍ତି। ଆଜି ଦିନ ତମାମ ଜିଲାର ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ ସ୍ଥିର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.