ଅନୁଗୋଳକୁ ୧୮୦୫ କୋଟି ଟଙ୍କାର ଭେଟି, ବିଭିନ୍ନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ(କେନ୍ୟୁଜ): ଅନୁଗୋଳକୁ ୧୮୦୫ କୋଟି ଟଙ୍କାର ଭେଟି । ଆଜି ଅନୁଗୋଳ ଗସ୍ତରେ ଯାଇ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୧୫୪୧ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ୨୪୨ କୋଟିର ଋଣ ଓ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ବହୁ ପ୍ରତୀକ୍ଷିତ ଅନୁଗୋଳ ବସ୍‌ଷ୍ଟାଣ୍ଡର ଶୁଭାରମ୍ଭ କରିଛନ୍ତି ନବୀନ ।

ପାଳଲହଡ଼ାରେ ଡାକ୍ତରଖାନାର ଉଦ୍‌ଘାଟନ ସହ ତାଳଚେର ପୌରପାଳିକାରେ ହେରିଟେଜ୍‌ କରିଡରର ଶୁଭାରମ୍ଭ କରିଛନ୍ତି । ଏହାପରେ ଅନୁଗୋଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନୁଗୁଳରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନୁଗୋଳ ମାଟି ସେବା ଓ ସଂଗ୍ରାମର ଭୂମି। ଶିଳ୍ପକ୍ଷେତ୍ରରେ ସାରା ଦେଶରେ ଅନୁଗୋଳ ଜିଲ୍ଲା ଆଗୁଆ । ବିକାଶ ହେଉଛି ଅନୁଗୋଳର ସବୁଠୁ ବଡ଼ ପରିଚୟ । ମାଆ ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଇଛି ।

ମିଶନଶକ୍ତିର ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ମିଶନ ଶକ୍ତି ମୋର ପ୍ରିୟ କାର୍ଯ୍ୟକ୍ରମ । ଆଗାମୀ ଦିନରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ। ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଗଲା। ଜିଲ୍ଲାରେ ୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି କହିଛନ୍ତି ନବୀନ । ୩୫୦କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୪୮ ପଞ୍ଚାୟତର ଲୋକେ ବିଶୁଦ୍ଧ ପିଇବା ପାଣି ପାଇବେ। BSKYରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଉଛନ୍ତି। ରାଜ୍ୟ ବାହାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.