Below header

ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ, ରାଜ୍ୟସ୍ତରୀୟ ପ୍ୟାରେଡ ମହାସମାରୋହ

ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ । କଟକର ଷଷ୍ଠ ସ୍ବତନ୍ତ୍ର ସଶସ୍ତ୍ର ବାଟାଲିୟନ ପଡିଆ ପରିସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପ୍ୟାରେଡ ମହାସମାରୋହ। ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଭୁବନେଶ୍ୱର : ଆଜି ୮୯ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ । କଟକର ଷଷ୍ଠ ସ୍ବତନ୍ତ୍ର ସଶସ୍ତ୍ର ବାଟାଲିୟନ ପଡିଆ ପରିସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପ୍ୟାରେଡ ମହାସମାରୋହ। ଏଥିରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ୍ ଡିଜି ଅରୁଣ ଷଡ଼ଙ୍ଗୀ ।

ଏହି ଅବସରରେ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଛି । ସେହିପରି ଭୁବନେଶ୍ବର ସପ୍ତମ ବାଟାଲିୟନ ପରିସରରେ ପାଳିତ ହୋଇଛି ପୋଲିସ ପ୍ରତିଷ୍ଠା ଦିବସ । ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ପୋଲିସ କମିସନର ଅବିନାଶ କୁମାର ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

୯ ପ୍ଲାଟୁନ ପୋଲିସ ଫୋର୍ସ ପରେଡରେ ଅଂଶଗ୍ରହଣ କରିଥିଲେ । ସମାରୋହରେ ଭୁବନେଶ୍ୱର ଡିସିପି ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । ଉତ୍ତମ ସେବା ସେବା ଓ କାର୍ଯ୍ୟଦକ୍ଷତା ପାଇଁ କମିସନରେଟ ପୋଲିସର ୨୦ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ପୋଲିସ କମିସନର ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.