Below header

ଦିନକୁ ଦିନ ବିପଦ ସାଜୁଛି ପ୍ଲାଷ୍ଟିକ୍‌, ସଚେତନ କରୁଛି ସୁନାବେଡା ବନ୍ୟଜନ୍ତୁ ବିଭାଗ

ସୁନାବେଡା ଅଭୟାରଣ୍ୟକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥରେ ବନ୍ୟଜନ୍ତୁ ବିଭାଗର କର୍ମଚାରୀମାନେ ମୃତୟନ ହୋଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ସହିତ ସିଙ୍ଗିଲ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ।

ନୂଆପଡା ଜିଲା ସୁନାବେଡ଼ା ଅଭୟାରଣ୍ୟରେ ପରିବେଶ ସୁରକ୍ଷା କରିବା ସହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗେଇଦେବା ଉଦ୍ଦେଶ୍ୟରେ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ସୁନାବେଡା ଅଭୟାରଣ୍ୟକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥରେ ବନ୍ୟଜନ୍ତୁ ବିଭାଗର କର୍ମଚାରୀମାନେ ମୃତୟନ ହୋଇ ଅଭୟାରଣ୍ୟ ଭିତରକୁ ପ୍ରବେଶ କରୁଥିବା ସମସ୍ତ ଯାନବାହାନକୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ସହିତ ସିଙ୍ଗିଲ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି । ଏପରିକି ଅଭୟାରଣ୍ୟ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ସିଙ୍ଗିଲ ପଲିଥିନ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରୁଛନ୍ତି । ଏହି ନିୟମ ଭାଙ୍ଗିଲେ କଡ଼ା କାଯ୍ୟାର୍ନୁଷ୍ଠାନ ହେବ ବୋଲି ବନ୍ୟଜନ୍ତୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ୬ ଶହ ବର୍ଗ କି.ମି.ପରିବେଷ୍ଟିତ ଅଞ୍ଚଳରେ ଘଞ୍ଚ ଜଙ୍ଗଲ ରହିଛି । ଏହାରି ମଧ୍ୟରେ ୫୪ଟି ଜନବସତି ଗାଁ ମଧ୍ୟ ରହିଛି । ସୁନାବେଡା ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ଆସିଥାନ୍ତି । ବଣଭୋଜି କରିବା ପରେ ସେଠାରେ ପଲିଥିନ ଓ ପ୍ଲାଷ୍ଟିକ ସାମଗ୍ରୀଗୁଡିକୁ ଫିଙ୍ଗିଦେଇ ଚାଲି ଯାଇଥାନ୍ତି । ଯାହାକି ପରିବେଶକୁ ନଷ୍ଟ କରିବା ସହିତ ପଲିଥିନ ଖାଇ ଅଭୟାରଣ୍ୟର ବନ୍ୟଜନ୍ତୁ ଓ ଗୃହପାଳିତ ପଶୁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ସିଙ୍ଗିଲ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ଵାରା ଜୀବଜଗତ ପାଇଁ ଦିନକୁ ଦିନ ବିପଦ ମାଡିଆସୁଛି । ତେଣୁ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ସିଙ୍ଗିଲ ପ୍ଲାଷ୍ଟିକ ବ୍ୟବହାରକୁ ସଂପୂର୍ଣ ନିଷିଦ୍ଧ କରାଯାଇଛି । ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ବନ୍ୟଜନ୍ତୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବନ୍ୟଜନ୍ତୁ ବିଭାଗର କର୍ମଚାରୀମାନେ ସବୁ ସ୍ଥାନରେ ମୃତୟନ ହୋଇ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛନ୍ତି । ଏହି ଯାଞ୍ଚ ପ୍ରକ୍ରିୟା ପ୍ରତିଦିନ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ସେହିଭଳି ଅଭୟାରଣ୍ୟର ସବୁ ଗାଁରେ ଦୋକାନ ଓ ସାପ୍ତାହିକ ବଜାରରେ ପଲିଥିନ ଯାଞ୍ଚ କରାଯିବ । ଅପରପକ୍ଷେ ବନ୍ୟଜନ୍ତୁ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପଦକ୍ଷେପକୁ ସୁନାବେଡା ଅଭୟାରଣ୍ୟବାସୀ ସ୍ୱାଗତ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.