ଲଭ୍‌ ମ୍ୟାରେଜ୍‌ କରିବେ ବିଜୟ ଦେବରକୋଣ୍ଡା, ଜାଣନ୍ତୁ କିଏ ତାଙ୍କ ମନର ମଇନା

କହିଲେ,‘ମୁଁ ବାପା ହେବାକୁ ଚାହୁଁଛି ଜଲଦି ମ୍ୟାରେଜ୍‌ କରିବାକୁ ଚାହୁଁଛି ’

ନିକଟରେ ମୃଣାଳ ଠାକୁରଙ୍କ ସହିତ ନିଜର ଅପକମିଙ୍ଗ ଫିଲ୍ମ ଫ୍ୟାମିଲୀ ଷ୍ଟାରର ପ୍ରମୋସନ କରିବା ସମୟରେ ବିଜୟଙ୍କୁ ପ୍ରଶ୍ନ କରାଗଲା ଯେ କଣ ସେ ଶୀଘ୍ର ବାହାଘର ପାଇଁ ରେଡି ଅଛନ୍ତି । ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ବିଜୟ ଦେବରକୋଣ୍ଡା କହିଲେ ଯେ ‘ମୁଁ ବି ମ୍ୟାରେଜ୍‌ କରିବାକୁ ଚାହୁଁଛି ଏବଂ ବାପା ହେବାକୁ ଚାହୁୁଁଛି ।’

vijay1ତେବେ ରିପୋର୍ଟ ମୁତାବକ ବିଜୟ ଦେବରକୋଣ୍ଡା ତାମିଲରେ ଏକ କାର୍ଯ୍ୟକ୍ରମରେ ନିଜ ମ୍ୟାରେଜ ପ୍ଲାନ୍‌ ବିଷୟରେ ଖୁଲାସା କରିଛନ୍ତି । ଏହାରି ଭିତରେ ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ସେ ଲଭ୍‌ ମ୍ୟାରେଜ୍‌ କରିବେ କିନ୍ତୁ ସେତେବେଳେ କରିବେ ଯେତେବେଳେ ତାଙ୍କ ବାପା ମାଆ ତାଙ୍କ ସାଥିଙ୍କୁ ଗ୍ରୀନ୍‌ ସିଗନାଲ ଦେବେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବିଜୟ ଏବଂ ରଶ୍ମିକା ମନ୍ଦନା ଗତ କିଛି ବର୍ଷ ଧରି ରିଲେସନସିପରେ ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରୁ କେହି ଜଣେ ବି ଖୋଲାଖୋଲି ଏହା ବିଷୟରେ ଖୁଲାସା କରିନାହାଁନ୍ତି । ନିକଟରେ ଯେତେବେଳେ ବିଜୟଙ୍କୁ ତାଙ୍କ ରୋମାଣ୍ଟିକ ରିସ୍ତା ବିଷୟରେ ପ୍ରଶ୍ନ କରାଗଲା ସେତେବେଳେ ସେ ନା ହିଁ ହଁ କଲେ ନା ମନା କଲେ ଯେ ସେ ତାଙ୍କ ଡିୟର କମରେଡ କୋଷ୍ଟାରଙ୍କ ସହିତ ରିଲେସନସିପରେ ଅଛନ୍ତି ।

ତେବେ ଅଭିନେତା କହିଛନ୍ତି, ହଁ, ମୁଁ ମୋ ବାପା ମାଆଙ୍କ ସହିତ, ମୋ ଭାଇ ସହିତ, ଆପଣଙ୍କ ସହିତ ଏବଂ ଆମେ ସମସ୍ତେ ଗୋଟିଏ ସମ୍ପର୍କରେ ଅଛୁ । କିନ୍ତୁ ବିଜୟ ଏବଂ ରଶ୍ମିକା ନିଜ ଭେକେସନରେ ଗୋଟିଏ ଜାଗାରୁ ହିଁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ନିଜ ରିଲେସନସିପ ବିଷୟରେ ବିନା କିଛି ନକହି ବି ଜଣାଇଦେଇଛନ୍ତି ।

rashmikaତେବେ କୁହାଯାଉଛି ଯେ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକାଙ୍କୁ ପ୍ରେମ ସେତେବେଳେ ହୋଇଛି ଯେତେବେଳେ ଗୀତା ଗୋବିନ୍ଦାରେ ଦୁହେଁ ଏକାଠି କାମ କରୁଥିଲେ । ପରେ ଦୁହେଁ ଡିୟର କମରେଡରେ ବି ମିଶିକି କାମ କଲେ । ତେବେ ଚଳିତ ବର୍ଷ ଆରମ୍ଭରେ ଏମିତି ଖବର ଆସିଥିଲା ଯେ ବିଜୟ ଏବଂ ରଶ୍ମିକା ନିର୍ବନ୍ଧ କରିବାକୁ ପ୍ରସ୍ତୁତ କରିଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ଅଫିସିଆଲ ଭାବେ ଜଣାଯାଇନି ।

ଯେଉଁଠି ବିଜୟ ନିଜ ଫିଲ୍ମ ଫ୍ୟାମିଲୀ ଷ୍ଟାରର ପ୍ରମୋସନକରୁଛନ୍ତି । ସେଠାରେ ରଶ୍ମିକା ଅଲ୍ଲ ଅର୍ଜୁନ, ଫହଦ ଫାସିଲ, ସାଇ ପଲ୍ଲବୀ ଏବଂ ବିଜୟ ସେତୁପତିଙ୍କ ସହିତ ‘ପୁଷ୍ପା ୨ ଦ ରୁଲ’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.