ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ଚତୁର୍ଥ ଦିନ, ପରମ୍ପରା ଅନୁସାରେ ଚାଲିଛି ରୀତିନୀତି

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ଚତୁର୍ଥ ଦିନ। ପରମ୍ପରା ମୁତାବକ ଗତ ଶନିବାର ରଥ ପ୍ରତିଷ୍ଠା ପରେ ମାଆଙ୍କ ବିଜେ ପ୍ରତିମା ରଥାରୁଢ ହେବା ପରେ ମନ୍ଦିର ଚତୁର୍ପାଶ୍ୱ ପରିକ୍ରମା କରିଥିଲା।

ରଥଟଣା ସମୟରେ ମନ୍ଦିର ଚାରିପଟେ ୧୪୪ଧାରା ଜାରି କରାଯାଇଛି। ସାଧାରଣ ଭକ୍ତଙ୍କୁ ରଥ ପାଖକୁ କିମ୍ବା ରଥ ଟାଣିବାକୁ ବାରଣ କରାଯାଇଛି। ଆଜି ଅପରାହ୍ନରେ ମାଆଙ୍କ ଚତୁର୍ଥ ଦିବସର ରଥଯାତ୍ରା ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.