ଆଜି ଜାତୀୟ ହସ୍ତତନ୍ତ ଦିବସ

ସୁବର୍ଣ୍ଣପୁର(କେନ୍ୟୁଜ୍): ଆଜି ଜାତୀୟ ହସ୍ତତନ୍ତ ଦିବସ । ଆଜିର ଦିନରେ ବାନ୍ଧକଳା, ବାନ୍ଧଶିଳ୍ପୀ ଭାବେ ସାରା ରାଜ୍ୟରେ ନାଁ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ । ଗାଁର ଶତପ୍ରତିଶତ ଲୋକେ ସୁକ୍ଷ୍ମ ସୁତାର ବାନ୍ଧ କାରୁକାର୍ଯ୍ୟରେ ପୁରସ୍କୃତ ହୋଇ ସାରିଛନ୍ତି । ହେଲେ ଗାଁରେ ଆଜି ବି କିଛି ବାନ୍ଧଶିଳ୍ପ ଅବହେଳିତ ଅବସ୍ଥାରେ ରହିଛନ୍ତି । ସୁତାର ଦରବୃଦ୍ଧି, ଜିଏସଟି ଲାଗୁ, ଶଢୀର ଉଚିତ୍‌ ମୂଲ୍ୟ ପାଇ ପାରୁ ନଥିବାରୁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ପରିଶ୍ରମ ହିସାବରେ ପାରିଶ୍ରମିକ ପାଇ ପାରୁନଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.