Below header

ମାର୍ବଲ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଅନଲାଇନ ରିଲିଜ ହେଲା ‘ଆଭେଞ୍ଜରର୍ସ ଏଣ୍ଡଗେମ’

ଆଭେଞ୍ଜରର୍ସ ଏଣ୍ଡଗେମ୍‌ ନିକଟରେ ଗ୍ଲୋବାଲ ବକ୍ସ ଅଫିସ ଆୟରେ ଫିଲ୍ମ ‘ଅବତାର’କୁ ପଛରେ ପକାଇ ନଂ ୧ ସ୍ଥାନରେ ପହଞ୍ଚିଯାଇଛି। ମାର୍ବଲର ଫିଲ୍ମ ପାଇଁ ଦୁନିଆର ସମସ୍ତ ଦର୍ଶକ ପାଗଳ ପ୍ରାୟ। ୨୨ଟି ଫିଲ୍ମ ପରେ ଏଣ୍ଡଗେମ୍‌ ସହିତ ଆଭେଞ୍ଜର୍ସ ଶେଷ ହୋଇଥିଲା। ଏହି ଫିଲ୍ମ ରିଲିଜ ନ ହେବା ପୂର୍ବରୁ ଅନେକ ଶୋ ହାଉସଫୁଲ ହୋଇଯାଇଥିଲା। ଏବେ ପୁଣି ଦର୍ଶକଙ୍କ ମନ ଜିଣିବାକୁ ଆଭେଞ୍ଜର୍ସ ଅନଲାଇନରେ ରିଲିଜ ହୋଇଛି।

ଆଭେଞ୍ଜର୍ସ ଇନଫିନିଟ ଓ୍ଵାର ପରେ ଦର୍ଶକ ଏହି ଫିଲ୍ମକୁ ବେଶ ଉତ୍କଣ୍ଠାର ସହିତ ଚାହିଁ ବସିଥିଲେ। ଏଭଳି ଅନେକ ଦର୍ଶକ ରହିଛନ୍ତି, ଯିଏକି ବାରମ୍ବାର ଏହି ଫିଲ୍ମକୁ ଦେଖିବା ପାଇଁ ହଲକୁ ଯାଇଥିବେ। ଏବେ ଅନେକ ଦିନ ପରେ ଏହାକୁ ପୁଣିଥରେ ଦେଖିବାର ସୁଯୋଗ ମିଳିଛି। ଆଭେଞ୍ଜର୍ସ ଏବେ ଅନଲାଇନ ରିଲିଜ ହୋଇଛି। ଫିଲ୍ମକୁ ୟୁଟ୍ୟୁବ, ଗୁଗଲ ପ୍ଳେ ଷ୍ଟୋର ଏବଂ ଆଇ ଟ୍ୟୁନରେ ରିଲିଜ କରାଯାଇଛି। କିନ୍ତୁ ଏହି ଫିଲ୍ମର ମୂଲ୍ୟ ବିଭିନ୍ନ ଅନଲାଇନ ପ୍ଲାଟଫର୍ମରେ ଅଲଗା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.