Below header

ଚାରି ବର୍ଷର ଶିଶୁ ମାତ୍ର ୮୪ ସେକେଣ୍ଡରେ କରି ଦେଖାଇଲା କିଛି ଏମିତି କାମ, ଯାହା ହୋଇଗଲା ବିଶ୍ୱ ରେକର୍ଡ

ଦୁନିଆରେ ବହୁତ ବିଶ୍ୱ ରେକର୍ଡ ରହିଛି ଯେଉଁ ବିଷୟରେ ଆପଣ ଜାଣିଥିବେ। ସେହିପରି ଏକ ବିଶ୍ୱ ରେକର୍ଡ କରିଛନ୍ତି ଚାରି ବର୍ଷର ଜଣେ ଭାରତୀୟ ଶିଶୁ। ଯିଏ ବହୁତ ସ୍ୱତନ୍ତ୍ର ଗୁଣରେ ଅଧିକାରୀ ହୋଇପାରିଛି। ଶିଶୁଟର ନାମ ବିଦ୍ୟାସିନୀ ଏବଂ ସେ ଚେନ୍ନାଇର ବାସିନ୍ଦା।
ଶିଶୁଟି ବିଶ୍ୱ ରେକର୍ଡ ପାଇବାର କାରଣ ହେଉଛି ଏକେ ଛୋଟ ପିଲା ହେଇ ସୁଦ୍ଧା ୪୯ଟି ଦେଶର ପତାକାକୁ ଚିହ୍ନିବା ଏବଂ ତାର ରାଜଧାନୀର ନାମ କହିବାରେ ସକ୍ଷମ ହୋଇପାରିଛି।

କେବଳ ସେଥିପାଇଁ ନୁହେଁ ଏହିସବୁ ସେ ମାତ୍ର ୮୪ ସେକେଣ୍ଡରେ କହି ପାରିଛି। ଯେଉଁଥି ପାଇଁ ସେ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ।ଏହାପୂର୍ବରୁ ମଧ୍ୟ ଜଣେ ଚାରି ବର୍ଷର ପିଲା ଏହି ରେକର୍ଡରେ ନିଜ ନାମକୁ ସାମିଲ କରିଥିଲା କିନ୍ତୁ ସେ କେବଳ ଦେଶର ପତାକାକୁ ଚିହ୍ନି ତାର ନାମ କହିଥିଲା। କିନ୍ତୁ ତାହାର ରାଜଧାନୀ କହି ନଥିଲା।

ପିଲାଟିର ଏହି ପ୍ରତିଭାରେ ପରିବାର ଲୋକ ବହୁତ ଖୁସି ଅଛନ୍ତି। ପିଲାଟି ୟୁକେଜିରେ ପଢୁଛି । ତାଙ୍କ ବାପା କହିଛନ୍ତି ଯେ ବିଦ୍ୟାସିନୀର ସ୍ମରଣ ଶକ୍ତି ଖୁବ୍‌ ପ୍ରଖର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.