ସୁଷମା ସ୍ବରାଜଙ୍କ ନିଧନରେ ଶୋକରେ ବୁଡିଲା ବଲିଉଡ୍, ଅନୁପମ ଖେର୍ ଓ ଏକତା କପୁରଙ୍କ ସହିତ ବହୁ ତାରକା ଜଣାଇଲେ ଶ୍ରଦ୍ଧାଞ୍ଜଳି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଥିବା ଖବର ସମସ୍ତଙ୍କୁ ବହୁତ କଷ୍ଟ ପହଁଚାଇଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଭାରତୀୟ ଜନତା ପାର୍ଟିରେ ଅଶୀ ଦଶକରେ ସାମିଲ ହେବା ପରଠାରୁ ସୁଷମାଙ୍କର ରାଜନୈତିକ କ୍ଷେତ୍ର ଧିରେ ଧିରେ ବଢିବାରେ ଲାଗିଥିଲା । ସୁଷମା ସ୍ବରାଜଙ୍କର ଉପରେ ଦଳର ବିଶ୍ବାସ ଏତେ ମାତ୍ରାରେ ଥିଲା କି ୧୩ଦିନର ବାଜପେୟୀ ସରକାରରେ ମଧ୍ୟ ସେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଥଲେ । ଆଉଥରେ ମଧ୍ୟ ବିଜେପି ସତ୍ତାରେ ଆସିବା ପରେ ତାଙ୍କୁ ପୁଣିଥରେ ଦୁରସଞ୍ଚାର ମନ୍ତ୍ରାଳୟ ସହିତ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ବିଭାଗର ଦାୟିତ୍ବ ମିଳିଥିଲା । ଏହି ସମୟରେ ଐତିହାସିକ ନିଷ୍ପତ୍ତି ନେଇ ସୁଷମା ଫିଲ୍ମ ଦୁନିଆକୁ ଏକ ଶିଳ୍ପ ବୋଲି ଘୋଷଣା କରିଥିଲେ ।

sushma swaraj picତେବେ ତାଙ୍କ ଦେହାନ୍ତରେ ବହୁ ବଲିଉଡ୍ ତାରକା ସୋସିଆଲ ମଡିଆରେ ନିଜର ଶୋକ ପ୍ରକଟ କରିଛନ୍ତି । ବଲିଉଡ୍ ଆକ୍ଟର ଅନୁପମ ଖେର ଆଜିକାଲି ନ୍ୟୁୟର୍କରେ ସମୟ ଅତିବାହିତ କରୁଛନ୍ତି । ସୁଷମାଙ୍କ ନିଧନ ଖବର ମିଳିବା ପରେ ସେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଅନୁପମ କ୍ୟାବରେ ବସିଥିବାର ନଜର ଆସୁଛନ୍ତି । ଭିଡିଓରେ ସେ ସୁଷମା ସ୍ବରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

anupam-kher

ଅନୁପମ ଖେରଙ୍କ ବ୍ୟତିତ ଅଭିନତ୍ରୀ ରବିନା ଟଣ୍ଡନ ମଧ୍ୟ ସୁଷମା ସ୍ବରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରବିନା ଟ୍ବିଟରରେ ଲେଖିଛନ୍ତି-ସୁଷମା ସ୍ବରାଜଙ୍କ ବିଷୟରେ ମୁଁ ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇପଡିଥିଲି । ସେ ବହୁତ ଭଲ ରାଜନେତା ସହିତ ଜଣେ ଦୟାଳୁ ମଶିଷ ଥିଲେ । ତାଙ୍କ ପରିବାର ଏବଂ ତାଙ୍କ ପ୍ରିୟଜନଙ୍କ ପାଇଁ ହ୍ରୁଦୟରୁ ସମବେଦନା ଜଣାଉଛି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ, ଓମ୍ ଶାନ୍ତି ।

ଏହାସହ ପଢନ୍ତୁ : ୫୦ ଲକ୍ଷ ଠକେଇ: କପିଲ ଶର୍ମା ଶୋ’ର ଏହି କମେଡିଆନଙ୍କ ସମେତ ୭ଜଣଙ୍କ ନାଁରେ ମାମଲା

rabina 4

ରବିନାଙ୍କ ବ୍ୟତିତ ଅଭିନେତା ବୋମନ ଇରାନୀ ମଧ୍ୟ ଟ୍ବିଟ୍ କରି ସୁଷମା ସ୍ବରାଜଙ୍କ ନିଧନରେ ଦୁଃଖ ପ୍ରକାଶ କରିବା ସହିତ ଏକ ବଡ ରାଷ୍ଟ୍ରିୟ କ୍ଷତି ହୋଇଥିବା କହିଥିଲେ ।

Boman Irani 1

ଅନ୍ୟପଟେ ଫିଲ୍ମ ପ୍ରଡ୍ୟୁସର ଏକତା କପୁର ମଧ୍ୟ ସୁଷମା ସ୍ବରାଜଙ୍କ ନିଧନରେ ଦୁଃଖ ପ୍ରକଟ କରି ଲେଖିଛନ୍ତି କି- ମୋର ଯୁବ ବୟସରେ ମେତେ ସୁଷମା ସ୍ବରାଜଙ୍କର ବହୁତ ସପୋର୍ଟ ମିଳିଥିଲା। ମୋ ପାଖରେ ଆଜି ଯାଏ ସେ ପୁରୁଣା ଫଟୋ ଅଛି ଯେବେ ସେ ମତେ ମୋର ପ୍ରଥମ ଆୱାର୍ଡ ଦେଇଥିଲେ । ତାଙ୍କ ନିଧନରେ ମୁଁ ବହୁତ ଦୁଃଖିତ । ଯିଏ ମେତେ ଜୀବନର ପାଠ ଶିଖାଇଥିଲେ । ମହିଳା ହିଁ ମହିଳାଙ୍କ ସାହାଯ୍ୟ କରିଥାନ୍ତି ।

Boman Irani 1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.