ଆଜି ଶାମ୍ବ ଦଶମୀ ପାଇଁ ଚଳଚଞ୍ଚଳ କୋଣାର୍କ , ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

କୋଣାର୍କ(କେନ୍ୟୁଜ୍) : ଆଜି ପବିତ୍ର ଶାମ୍ବ ଦଶମୀ । ଅର୍କକ୍ଷେତ୍ର କୋଣାର୍କ ଚଳଚଞ୍ଚଳ । ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏଥିସହ ସୂର୍ୟ୍ୟଙ୍କୁ ଅର୍ଘ୍ୟ ବାଢ଼ିଛନ୍ତି । ପରଂପରା ଅନୁସାରେ ସ୍ଥାନୀୟ ଅବଧୂତ ମଠରୁ ସୂର୍ୟ୍ୟ ରଥ ବାହାର କରାଯାଉଛି ।
ପୁରାଣ କଥା ଅନୁସାରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟ ବ୍ୟାଧି କୁଷ୍ଠରେ ପୀଡ଼ିତ ହୋଇଥିଲେ । ଗର୍ଗମୁନୀଙ୍କ ପରାମର୍ଶରେ ସକଳ ଶକ୍ତିର ଆଧାର ସୂର୍ୟ୍ୟଙ୍କ ପୂଜା କରି ଆଜିର ଦିନରେ ଆରୋଗ୍ୟ ଲାଭ କରିଥିଲେ । ସେବେଠାରୁ ଶାମ୍ବ ଦଶମୀ ପାଳନ ହୋଇ ଆସୁଛି । ଚନ୍ଦ୍ରଭାଗାରେ ଶାମ୍ବ ଦଶମୀରେ ବୁଡ଼ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।