Below header

ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ହେବ ଆଲୋଚନା

ଭୁବନେଶ୍ବର: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିପାରେ ଗୃହ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, କୋଟିଆ ବିବାଦ, ମଣ୍ଡି ସମସ୍ୟା ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଅନ୍ୟପଟେ ପାଲଟା ଆକ୍ରମଣ ଲାଗି ସରକାରୀ ଦଳ ପ୍ରସ୍ତୁତ ରହିଛି । ଶାସକ ଦଳ ପାଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ NMAର ବିବାଦୀୟ ବାଇ ଲ’,ତୈଳ ଦର ଓ ଗ୍ୟାସ ଦର ବୃଦ୍ଧି ନେଇ ବିଜେପିକୁ ଘାଇଲା କରିପାରେ ଶାସକ ଦଳ । ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଆଲୋଚନା ହେବ। ୨୨ ତାରିଖରେ ଗୃହରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.