Below header

ଆଜି ପବିତ୍ର ମାଘ ସପ୍ତମୀ, କରୋନା କଟକଣା ପାଇଁ ବୁଡ ପକାଇବାରୁ ବଞ୍ଚିତ ଶହ ଶହ ଶ୍ରଦ୍ଧାଳୁ

ଗୋପ: ଆଜି ପବିତ୍ର ମାଘ ସପ୍ତମୀ। କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଉଛି ମାଘମେଳା। ତେବେ ବୁଡ ପକାଇବାରୁ ବଞ୍ଚିତ ହୋଇଛନ୍ତି ଶହ ଶହ ଶ୍ରଦ୍ଧାଳୁ। ମାତ୍ର ୫୦୦ଭକ୍ତଙ୍କୁ ନେଇ ମାଘ ବୁଡ ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଆଜି ଦିନ ୧ଟା ପର୍ଯ୍ୟନ୍ତ ୧୪୪ଧାରା ବଳବତ୍ତର ରହିବ। ପରମ୍ପରା ଅନୁଯାୟୀ ସନ୍ଥପୁର ଗାଁର ବାବା ଇସାନେଶ୍ୱର, ମାଧିପୁର ଗାଁର ବାବା ତ୍ରିବେଣୀସ୍ୱର, କୁରୁଜଙ୍ଗ ଗାଁର ବାବା ଦଖିଣେଶ୍ୱର ପ୍ରଥମେ କୋଣାର୍କ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ଭୋଗ ଲାଗି ପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳକୁ ବିରାଜମାନ କରିଥିଲେ।

ପୂଜା ମଣ୍ଡପରେ ସମସ୍ତ ନୀତିକାନ୍ତି ହେବା ପରେ ପ୍ରଥମେ ତିନି ଠାକୁରଙ୍କ ସ୍ନାନ କରିଥିଲେ। ଏହାପରେ ଅନୁମତି ପ୍ରଦାନ କରାଯାଇଥିବା ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ସୁରକ୍ଷା ଲାଗି ପୁଷ୍କରଣୀ ଚାରିପଟେ ୪ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି। ଜଣେ ଆଡିସିନାଲ ଏସପି ,୫ଜଣ ଡ଼ିଏସପି , ୧୪ଜଣ ଆଇଆଇସି ,୬୦ ଜଣ ଏଏସଆଇ ଓ ୨୦୦ଶହ ହୋମଗାର୍ଡ । ତିନି ଥାକିଆ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.