Below header

ଆସନ୍ତାକାଲି ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ

(କେନ୍ୟୁଜ): ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ । କାଲି ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ସର୍ବମୋକ୍ଷ । ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯ ସେକେଣ୍ଡଠାରୁ ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ।

ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି ନିଷେଧ । ସେହିଦିନ କାର୍ତ୍ତିକ ପୂର୍ଣ୍ଣମୀ ଥିବାରୁ ଲୋକମାନେ ଡଙ୍ଗା ଭସାଇବେ । ତେଣୁ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ କାଲି ଭୋର ୫ଟା ୫୪ ମିନିଟ୍‌ ପୂର୍ବରୁ ଦେବନୀତି, ଡଙ୍ଗାଭସା ସାରିବେ । ସନ୍ଧ୍ୟା ୬ଟା ୧୯ ମିନିଟ୍‌ରେ ସର୍ବମୋକ୍ଷ ପରେ ସ୍ନାନ, ଦେବନୀତି, ପାକକର୍ମ ଆଦି କରାଯିବ। ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣରେ ମେଷ, ବୃଷ, କର୍କଟ, ସିହଂ, କନ୍ୟା ଓ ତୁଳା ଆଦି ରାଶିରେ ଗ୍ରହଣ ଦେଖିବା ଅଶୁଭ । ବାକି ସମସ୍ତ ରାଶି ଚନ୍ଦ୍ରହଗ୍ରହଣ ଦେଖିପାରିବେ । ଏଭଳି ବିରଳ ଚନ୍ଦ୍ରଗ୍ରହଣ ପୁଣି ଆସନ୍ତା ୨୦୨୫ ସେପ୍ଟେମ୍ବର ୭ ତାରିଖରେ ଦେଖାଯିବ । ଅନ୍ୟପଟେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.