ତାଞ୍ଜାନିଆ ହ୍ରଦରେ ଯାତ୍ରୀବାହୀ ବିମାନ ଖସିପଡିବା ଘଟଣା : ୧୯ ମୃତ, ୨୬ ଉଦ୍ଧାର

ନୂଆଦିଲ୍ଲୀ : ଭିକ୍ଟୋରିଆ ହ୍ରଦରେ ଯାତ୍ରୀବାହୀ ବିମାନ ଖସିପଡି ୧୯ ମୃତ। ୨୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ତାଞ୍ଜାନିଆର ବୃହତ ଘରୋଇ ବିମାନ କଂପାନୀ ପ୍ରେସାଇଜନର ATR-42 ଏୟାରକ୍ରାଫ୍ଟରେ ୩୯ ଜଣ ଯାତ୍ରୀ ଓ କ୍ରୀଉ ସଦସ୍ୟଙ୍କୁ ମିଶାଇ ମୋଟ ୪୩ ଜଣ ଥିଲେ । ବୁକୋବା ଅଭିମୁଖେ ଯାଉଥିଲା ବିମାନ । କିନ୍ତୁ ହତାଠ ପ୍ରବଳ ବର୍ଷା ଓ ଝଡ ଯୋଗୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏୟାରପୋର୍ଟ ଠାରୁ ମାତ୍ର ଶହେ ମିଟର ଦୂରରେ ଲ୍ୟାଣ୍ଡିଂ ପୂର୍ବରୁ ଭିକ୍ଟୋରିଆ ହ୍ରଦରେ ଖସିପଡ଼ିଥିଲା ବିମାନ । ସଂପୂର୍ଣ୍ଣ ବୁଡ଼ି ଯାଇଥିଲା । କେବଳ ଏହାର ଗୋଟିଏ ଡେଣା ଓ ଲଞ୍ଜ ଦେଖାଯାଉଥିଲା। କ୍ରେନ ଓ ଦଉଡ଼ି ସାହାଯ୍ୟରେ ବିମାନକୁ ପାଣିରୁ ଟାଣି ଟାଣି ବାହାର କରାଯାଇଥିଲା। ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ନିୟୋଜିତ କରାଯାଇଛି । ଦୁଇ ପାଇଲଟ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା ନେଇ କକ୍‌ ପିଟ୍‌ ଦ୍ୱାରା ସୂଚନା ଦେଇଥିଲେ । ତାଞ୍ଜାନିଆ ପ୍ରଧାନମନ୍ତ୍ରୀ ଘଟମା ନେଇ ଗଭୀର ଶୋକ ପ୍ରକାଶ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.