ଜନଧନ ଖାତାଧାରକଙ୍କ ପାଇଁ ଖୁସି ଖବର। ଆପଣ ବି ଯଦି ଏ ସରକାରୀ ଖାତା ଖୋଲିଛନ୍ତି କିମ୍ବା ଆକାଉଣ୍ଟ ଖୋଲିବାର ପ୍ଲାନ୍ କରୁଛନ୍ତି ତାହେେଏ ଆପଣ ଏବେ ଲାଭରେ ରହିପାରନ୍ତି। କାହିଁକିନା ସରକାରଙ୍କ ପକ୍ଷରୁ ଏବେ ବଡ ସୁବିଧାର ଫାଇଦା ମିଳିବାକୁ ଯାଉଛି ଆପଣଙ୍କୁ। ମୋଦି ସରକାର ଖାତାଧାରକଙ୍କୁ ବଡ ସୁବିଧା ଦେବା ପାଇଁ ଘୋଷଣା କରିଛନ୍ତି।
ଯଦି ଆପଣଙ୍କ ଜନଧନ ଖାତାରେ ଜିରୋ ବାଲାନ୍ସ ଅଛି ତାହେଲେ ମଧ୍ୟ ଆପଣଙ୍କୁ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କା ମିଳିପାରିବ। ଆଜ୍ଞା ହଁ, ସରକାରଙ୍କ ତରଫରୁ ଏହି ଖାତାକୁ ନେଇ ଓଭରଡ୍ରାଫ୍ଟ ସୁବିଧା ଦିଆଯାଉଛି। ଯେଉଁଥିରେ ଆପଣ ୧୦ ହଜାର ଟଙ୍କା ପାଇପାରିବେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୂର୍ବରୁ ଏହି ରାଶି ୫ ହଜାର ଟଙ୍କା ଥିଲା, କିନ୍ତୁ ଏବେ ସରକାର ଏହି ରାଶିକୁ ବଢ଼ାଇ ୧୦ ହଜାର ଟଙ୍କା କରିଦେଇଛନ୍ତି। ଏହି ଆକାଉଣ୍ଟରେ ଓଭରଡ୍ରାଫ୍ଟ ସୁବିଧା ପାଇଁ ଅଧିକତମ ବୟସ ସୀମା ୬୫ ବର୍ଷ ରହିଛି। ଓଭରଡ୍ରାଫ୍ଟ ସୁବିଧାର ଫାଇଦା ଉଠାଇବା ପାଇଁ ଆପଣଙ୍କ ଜନଧନ ଆକାଉଣ୍ଟ ଅତିକମରେ ୬ ମାସ ପୁରୁଣା ହୋଇଥିବା ଆବଶ୍ୟକ। ଏମିତି ନହେଲେ କେବଳ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ମିଳିଥାଏ।
ଏହି ଖାତାକୁ ଆପଣ ପବ୍ଲିକ ସେକ୍ଟର ବ୍ୟାଙ୍କରେ ବି ଓପନ କରିପାରିବେ। ଏହାବ୍ୟତୀତ ପ୍ରାଇଭେଟ ବ୍ୟାଙ୍କରେ ମଧ୍ୟ ଆପଣ ଏହି ଖାତା ଓପନ କରିପାରିବେ। ଏହାଛଡା ଆପଣ ନିଜ ପୁରୁଣା କୌଣସି ଖାତାକୁ ବି ଜନଧନ ଆକାଉଣ୍ଟରେ ଓପନ କରିପାରିବେ।
ଜନଧନ ଖାତା ଖୋଲିବା ପାଇଁ ଆପଣ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ ସମେତ ନୋ ଇୟୋର କଷ୍ଟମର (କେଓ୍ଵାଇସି)ର ଆବଶ୍ୟକତାକୁ ପୂରା କରୁଥିବା ଡକ୍ୟୁମେଣ୍ଟକୁ ଜମା କରିବାକୁ ହେବ। ଯଦି ଆପଣଙ୍କ ପାଖରେ ଡକ୍ୟୁମେଣ୍ଟ ନାହିଁ, ତାହେଲେ ଆପଣ ସ୍ମଲ ଆକାଉଣ୍ଟ ବ ଖୋଲିପାରିବେ। ଏଥିରେ ଆପଣଙ୍କୁ ସେଲ୍ଫ-ଆଟେଷ୍ଟେଡ ଫଟ୍ରୋଗ୍ରାଫ ଏବଂ ବ୍ୟାଙ୍କ ଅଧିକାରୀଙ୍କ ସାମ୍ନାରେ ନିଜର ହସ୍ତାକ୍ଷର ଭରିବାକୁ ହୋଇଥାଏ।
ତାହେଲେ ଜାଣିଲେ ତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଖାତା ଆପଣଙ୍କ ପାଇଁ କେତେ ଫାଇଦାପୂର୍ଣ୍ଣ।