ATM ଲୁଟ ଘଟଣା : ଯୁବକଙ୍କ ମୃତ୍ୟୁକୁ ନେଇ ଗନ୍ଦିଆ ପୋଲିସ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଲେ ପରିବାର ଲୋକେ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳର ଗନ୍ଦିଆ ପୋଲିସ ବିରୋଧରେ ସାଂଘାତିକ ଅଭି‌ଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦିଆ ଗ୍ରାମର ଭାଗବତ ପାଣି। ଥାନାରେ ତାଙ୍କ ପୁଅ ନିରଞ୍ଜନଙ୍କୁ ଅମାନୁଷିକ ନିର୍ଯାତନା ଦେବାସହ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି।ଗତ ୨୩ ତାରିଖରେ ATM ଲୁଟ ଅଭିଯୋଗରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଲବଗା ଗ୍ରାମର ନିରଞ୍ଜନ ପାଣି ନାମକ ଯୁବକଙ୍କୁ ଢେଙ୍କାନାଳ ଜିଲା ଗନ୍ଦିଆ ପୋଲିସ ଗିରଫ କରିଥିଲା । ହେଲେ କୌଣସି କାରଣରୁ ସେ ଅସୁସ୍ଥ ହେବାରୁ ୩ ତାରିଖ ଦିନ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି ହେଇଥିଲେ ।

ପରେ ପରିବାର ଲୋକ ପହଞ୍ଚିବା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡିକାଲରେ ମୃତ୍ୟୁବରଣ କରିବା ପରେ ଆଜି ତାର ଶବ ବାସୁଦେବପୁର ରେ ପହଞ୍ଚିବା ପରେ ପରିବାର ପକ୍ଷରୁ ନ୍ୟାୟ ଦାବିରେ ବାସୁଦେବପୁର ଭଦ୍ରକ ରାସ୍ତାର ଅଲବଗା ଛକ ନିକଟରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.