Below header

ପର୍ଯ୍ୟଟକ ବୁଲି ପାରିବେନି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ, ରୋକ୍‌ ଲଗାଇଲେ କର୍ତ୍ତୃପକ୍ଷ

ପାରାଦୀପ : ପର୍ଯ୍ୟଟକ ବୁଲି ପାରିବେନି ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ । ରୋକ୍‌ ଲଗାଇଲେ ବନ୍ଦର କର୍ତ୍ତୃପକ୍ଷ । ପିକ୍‌ନିକ ଋତୁ ଚାଲିଥିବାବେଳେ ବନ୍ଦର କର୍ତ୍ତୃପକ୍ଷଙ୍କ ଏଭଳି ରୋକ ଲଗାଇବା ପର୍ଯ୍ୟଟକଙ୍କୁ ନିରାଶ କରିଛି । ପୂର୍ବ ଅପେକ୍ଷା ନିଷିଦ୍ଧାଞ୍ଚଳରେ ପଣ୍ୟ କାରବାର ବୃଦ୍ଧି ଘଟିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ପାରାଦୀପର ନେହେରୁ ବଙ୍ଗଳା, ମହାନଦୀ ମୁହାଣ, ମାଛଧରା ବନ୍ଦର ଓ ପାରାଦ୍ୱୀପ ବନ୍ଦରର ଜାହାଜ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ହୋଇଥାଏ । ବନ୍ଦରର ୪ନଂ ଗେଟ ନିକଟରୁ ଟିକେଟ କାଟି ବସ୍‌ ଯୋଗେ ବନ୍ଦରର ନିଷିଦ୍ଧାଞ୍ଚଳରେ ବୁଲିବା ସହ ପଣ୍ୟ କାରବାରର ଦୃଶ୍ୟ ଦେଖିଥାନ୍ତି ଲୋକେ । ଅତି ନିକଟରୁ ଜାହାଜ ଦେଖିବାର ସୁଯୋଗ ପାଇଥାନ୍ତି ପର୍ଯ୍ୟଟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.