Below header

ଦକ୍ଷିଣ ଓଡ଼ିଶାରୁ ବରିଷ୍ଠ ତୀର୍ଥଯାତ୍ରୀ ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଟ୍ରେନ୍‌ ଶୁଭାରମ୍ଭ ପୂର୍ବରୁ ସହିଦଙ୍କ ପାଇଁ ଏକ ମିନିଟର ନିରବ ପାର୍ଥନା କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର(କେନ୍ୟୁଜ୍) : ଦକ୍ଷିଣ ଓଡ଼ିଶାରୁ ବରିଷ୍ଠ ତୀର୍ଥଯାତ୍ରୀ ଟ୍ରେନ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍‌ସିଂ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁରରୁ ଏହି ଟ୍ରେନ ବାହାରିଛି। ଦକ୍ଷିଣ ଭାରତର ଭେଲାଙ୍କାନୀ-ନାଗାପଟ୍ଟନମ୍‌ ଓ ଥାନକାଲୁର ଅଭିମୁଖେ ଏହି ଟ୍ରେନ ଯାଇଛି। ବରିଷ୍ଠ ତୀର୍ଥଯାତ୍ରୀ ଯୋଜନାର ଦଶମ ଟ୍ରେନ୍‌। ଶୁଭାରମ୍ଭ ପୂର୍ବରୁ ପୁଲଓ୍ଵାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର‌୍ୟ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

ସହିଦ୍ ଙ୍କ ପାଇଁ ଏକ ମିନିଟର ନିରବ ପାର୍ଥନା :

ବରିଷ୍ଠ ନାଗରିକ ତୀର୍ଥ ୟାତ୍ରା ଟ୍ରେନ ଶୁଭାରମ୍ଭ ପୂର୍ବରୁ ସହିଦ ଙ୍କ ପାଇଁ ଏକ ମିନିଟର ନିରବ ପାର୍ଥନା କଲେ ମୁଖ୍ୟମନ୍ତ୍ରୀ । ସଚିବାଳୟ ପ୍ରକୋଷ୍ଠ ରେ ନିରବ ପାର୍ଥନା କରିଛନ୍ତି । ତେବେ ସେହି ସମୟରେ ମନ୍ତ୍ରୀ ଅଶୋକ ପଣ୍ଡା,ସଚିବ ବିଶାଳ ଦେବ,ନିର୍ଦେଶକ ଅର୍ଚନା ପଟନାୟକ ଉପସ୍ଥିତ ରହିଥିଲେ । ଏହାପରେ ପୁଲଓ୍ଵାମା ଆକ୍ରମଣରେ ଦୁଇ ଓଡ଼ିଆ ସହିଦଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଘରକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସହିଦ ଯବାନ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲା ନିଆଳି ରତନପୁରର ମନୋଜ କୁମାର ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.